ସାଇବର ଠକେଇ ଆକାଉଣ୍ଟରୁ କଟିଲା ନଅ ଲକ୍ଷ ଟଙ୍କା

ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ସାଇବର ଠକେଇ ଯୋଗୁଁ ଆକାଉଣ୍ଟରୁ ଗାଏବ ହେଉଛି ଲକ୍ଷାଧିକ ଟଙ୍କା। ଏବେ ପ୍ରଶ୍ନ ଉଠୁଛି ବ୍ୟାଙ୍କରେ ଟଙ୍କା ରଖିବା କେତେ ସୁରକ୍ଷିତ ତ । ଆପଣ ବ୍ୟାଙ୍କରେ ତ ନିଶ୍ଚୟ ଟଙ୍କା ରଖିଥିବେ ହେଲେ ସାବଧାନ କେତେବେଳେ ବି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇପାରେ । ହଜାର କି ୨ ହଜାର ନୁହଁ ବରଂ 9 ଲକ୍ଷ ଟଙ୍କା ଠକେଇ ହୋଇଥିବା ସାଇବର ଥାନାରେ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବଡ଼କୋଦଣ୍ଡା ଶାଖା ପଞ୍ଜାବ ନେସନାଲ ବ୍ୟାଙ୍କରୁ। ଏ ହେଉଛନ୍ତି ବାଉଁଶଲୁଣ୍ଡି ପଂଚାୟତ କୋଦଣ୍ଡା ଛକରେ ରହୁଥିବା ସିମାଞ୍ଚଳ ସାହୁ। ଗତ ସପ୍ତାହରେ ସିମାଞ୍ଚଳଙ୍କ ସିସି ଆକାଉଣ୍ଟକୁ ପ୍ରଥମେ ୧ ଟଙ୍କା ଆସିଥିଲା । ଏ ନେଇ ସେ ନିକଟସ୍ଥ ପଞ୍ଜାବ ବ୍ୟାଙ୍କ ଶାଖାକୁ ଯାଇ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କୌଣସି ସନ୍ତୋଷ ଜନକ ଉତ୍ତର ନପାଇ ସେଠାରୁ ଫେରି ଆସିଥିଲେ । ଗୋଟାଏ ଦିନ ପରେ ତାଙ୍କ ଆକାଉଣ୍ଟରୁ ଏନଇଏଫଟି ମାଧ୍ୟମରେ ୯ ଲକ୍ଷ ଟଙ୍କା କଟିଯାଇଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଜଣାଇବାପରେ କୌଣସି ସହଯୋଗ ପାଇନଥିବା ଅଭିଯୋଗ କରିଛନ୍ତି ସିମାଞ୍ଚଳ। ଆଶ୍ଚର୍ଯ୍ୟର ବିଷୟ କେବଳ ଜଣଙ୍କ ନୁହେଁ ସମାନ ଉପାୟରେ ଗତ ୬ ମାସ ପୂର୍ବରୁ ଭାସ୍କର ବେହେରାଙ୍କ ଆକାଉଣ୍ଟରୁ ୪ ଲକ୍ଷ ୪୪ ହଜାର ଟଙ୍କା ଆକାଉଣ୍ଟରୁ ଗାୟବ ହୋଇଥିଲା ଏନେଇ ସାଇବର ଥାନା ଓ ବ୍ୟାଙ୍କରେ ଜଣାଇଥିଲେ ମଧ୍ୟ କେହି ଗୁହାରି ଶୁଣି ନଥିବା ଅଭିଯୋଗ କରିଛନ୍ତି । ଅନ୍ୟପଟେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ପରିଚାଳକ କଳିଙ୍ଗ ବେହେରା ଗ୍ରାହକଙ୍କ କୌଣସି ତ୍ରୁଟି ଯୋଗୁଁ ଏଭଳି ସାଇବର ଠକାମୀର ଶିକାର ହୋଇଥିବା କହିଛନ୍ତି। ବ୍ୟାଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯାଉଥିବା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ