ସାମ୍ବାଦିକ ତିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ସଭା
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ର ସଭାପତି ବରିଷ୍ଠ ସାମ୍ୱାଦିକ ସ୍ଵର୍ଗତ ତିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ସମ୍ମାନାର୍ଥେ ଆଜି ପୁରୀ ଜିଲ୍ଲା କୋଣାର୍କ ସ୍ଥିତ ଯାତ୍ରୀନିବାସ ର ସମ୍ମିଳନୀ କକ୍ଷ ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲା ପେଶାଦାର ସାମ୍ବାଦିକ ସଂଘ ଓ କୋଣାର୍କ ର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମିଳିତ ଆୟୋଜନ ରେ ଅନୁଷ୍ଠିତ ଉକ୍ତ ସଭା ରେ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ବିଭୂତି ଭୂଷଣ କର, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ, ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ,ବାଇଧର ମଲ୍ଲିକ ,ପ୍ରସନ୍ନ ତ୍ରିପାଠୀ, ଅମିୟକୁମାର ପଟ୍ଟନାୟକ,ଗୋପାଳବେହେରା,ସ୍ଵପ୍ନେଶ୍ଵର ସାହୁ, ମନୋରଞ୍ଜନ ପରିଡ଼ା, ବିଶ୍ୱଜିତ ପଟ୍ଟନାୟକ, ସଞ୍ଜୟ ପତି,ସୁରେଶ ଚନ୍ଦ୍ର ରାଉତରାୟ, ଏନ ଏ ଶାହା ଅନସାରୀ, ହରିଶ ଚନ୍ଦ୍ର ଦାଶ, ରଞ୍ଜିତ ସାହୁ, ରାମ କୃଷ୍ଣ ମହାନ୍ତି,ଗୋପୀନାଥ ସ୍ବାଇଁ, କମଳ ଲୋଚନ ଦୀକ୍ଷିତ, ଅକ୍ଷୟ ବେହେରା, ଭାରତୀ ଭୂଷଣ ଉପାଧ୍ୟାୟ,ଜ୍ଞାନରଞ୍ଜନ ସାହୁ,ପଦ୍ମଚରଣ ବେଉରା ପ୍ରମୁଖ ଙ୍କ ସହିତ ଶହ ଶହ ସ୍ଥାନୀୟ ଲୋକ ଓ ପୁରୀ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ଆସିଥିବା ସାମ୍ବାଦିକ ମାନେ ତାଙ୍କ ସ୍ମୃତି ଚାରଣ କରିଥିଲେ।