ସିପିଆଇର ପ୍ରତିଷ୍ଠା ଦିବସ ପାଳିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର): ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୯୨୫ ଡିସେମ୍ବର ୨୬ ତାରିଖରେ କାନପୁର ଠାରେ ପ୍ରତିଷ୍ଠା ହୋଇ ଆଜିକୁ ଶହେ ବର୍ଷରେ ପଦାର୍ପଣ କରିଛି ଏବଂ ଶତବାର୍ଷିକୀ ସମାରୋହ ବର୍ଷବ୍ୟାପୀ ଶାଖା ଠାରୁ ଜିଲ୍ଲା ପର୍ଯ୍ୟନ୍ତ ପାଳନ କରାଯିବାକୁ ସ୍ଥିର ହୋଇଛି। ଏହି ଅବସରରେ ଜିଲ୍ଲା ପାର୍ଟି ତରଫରୁ ବାରିପଦା ପାଲବଣୀ ଠାରେ ପାର୍ଟିର ଲାଲ୍ ପତାକାକୁ ଜିଲ୍ଲା ସମ୍ପାଦକ ସାଥୀ ଜଗବନ୍ଧୁ ମିଶ୍ର ଉତ୍ତୋଳନ କରି କହିଛନ୍ତି, ସ୍ଵାଧୀନତାର ପ୍ରାକ୍ ଓ ପରବର୍ତ୍ତୀ ଭାରତରେ ଅସାମାନ୍ୟ ଓ ଅତୁଳନୀୟ ଅବଦାନ ରହିଛି ସିପିଆଇର। ସ୍ୱାଧୀନତା, ଗଣତନ୍ତ୍ର, ସମାଜବାଦର ପୂଜାରୀ ରୂପେ ଶ୍ରମିକ, କୃଷକ,ଯୁବ ଛାତ୍ର, ମଧ୍ୟବିତ୍ତ ଓ ସାଧାରଣ ବର୍ଗ ଜନଗଣର ଅଧିକାର ପାଇଁ ସଂଗ୍ରାମ ଚଳାଇ ଆସିଛି ଏହି ଶତ ବର୍ଷରେ। କମ୍ୟୁନିଷ୍ଟମାନେ ସର୍ବ ପ୍ରଥମେ ପୂର୍ଣ୍ଣ ସ୍ବରାଜର ପ୍ରସ୍ତାବ ଆଣିଥିଲେ ଓ ଇନ୍ କିଲାବ ଜିନ୍ଦାବାଦର ଧ୍ଵନି ଦେଇଥିଲେ। ମୁକ୍ତି ସଂଗ୍ରାମ ଓ ଜନଗଣର ଅଧିକାର ସଂଗ୍ରାମରେ ଶହ ଶହ କମ୍ୟୁନିଷ୍ଟ ନେତା, କର୍ମୀ ଓ ଅନୁଗାମୀ କମ୍ୟୁନିଷ୍ଟ ଆନ୍ଦୋଳନରେ ଶହୀଦ ହୋଇଛନ୍ତି।ସେହି କମ୍ୟୁନିଷ୍ଟ ପାର୍ଟିର ଶତ ବର୍ଷର ବହୁ ଇତିହାସ ଓ କାର୍ଯ୍ୟାବଳୀ ଭାରତବର୍ଷର ପ୍ରଗତିର ଧାରକ ଓ ବାହକ। ଆଜିର ପତାକା ଉତ୍ତୋଳନ ରେ ସାଥୀ ଶ୍ରୀକାନ୍ତ ସାମଲ, କାହ୍ନୁଚରଣ ବେହେରା, ଝିଲି ମହାନ୍ତ, ମହେଶ୍ୱର ବେହେରା, ପ୍ରଭାକର ମହାପାତ୍ର, ଜୟଦେବ ନାୟକ,ଅଲତାବ ହୁସେନ, ପୂର୍ଣ୍ଣିମା ମହାନ୍ତ, ସଂଯୁକ୍ତା ବେହେରା, ଜୟରାମ ନାଏକ ପ୍ରମୁଖ ସାଥୀମାନେ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ