ସୁଭଦ୍ରା ୨୪ରେ ତୃତୀୟ କିସ୍ତି ନେଇ ସରକାରଙ୍କ ଘୋଷଣା

ସୋରଡା,(ରଜନୀକାନ୍ତ ମହାପାତ୍ର):ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟ ର ତୃତୀୟ କିସ୍ତି ପାଇଁ ମହିଳା ମାନେ ଦୌଡି ବାରେ ଲାଗିଛନ୍ତି। ନୂତନ ସରକାର ଗଠନ ହେବା ପରେ ରାଜ୍ୟ ସରକାର ସୁଭଦ୍ରା ଯୋଜନା ମାଧ୍ୟମ ରେ ମହିଳା ଙ୍କୁ ଆର୍ଥିକ ସହଯୋଗ ପାଇଁ ଯେଉଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ତାହା କିପରି ସଫଳ ହୋଇପାରିବ ସେଥିପାଇଁ ପ୍ରଶାସନିକ ସ୍ତର ରେ ପ୍ରୟାସ ଜାରି ରହିଛି। ପ୍ରଥମ ପର୍ଯ୍ୟାୟ ଦ୍ଵିତୀୟ କିସ୍ତି ମହିଳାଙ୍କୁ ମିଳିଥିବା ବେଳେ ବର୍ତମାନ ତୃତୀୟ କିସ୍ତି ପାଇଁ ମହିଳା ମାନେ ବିଭିନ୍ନ ବେଙ୍କ ଦୌଡିବାରେ ଲାଗିଛନ୍ତି। ଏ ସମ୍ପର୍କରେ ସୋରଡା ବି ଡି ଓ ଙ୍କ କାର୍ଜ୍ୟାଳୟ ପରିସର ରେ ଏକ ବୈଠକ ଆୟୋଜନ କରାଯାଇ କିପରି ଏହି କିସ୍ତି ମହିଳାଙ୍କୁ ମିଳିବ ସେଥିପ୍ରତି ସମସ୍ତେ ଦାଇତ୍ଵବାନ ହେବା ପାଇଁ ନିର୍ଦେଶ ଦିଆଯାଇଛି। ଏ ସମ୍ପର୍କରେ ସମସ୍ତ ବିଭାଗୀୟ ଅଧିକାରୀ ମାନକୁ ଡାକି ଏକ ବୈଠକ ରେ ପ୍ରତ୍ୟାଖାନ ହୋଇଥିବା ଆବେଦନ କାରୀ ମାନେ କିପରି ପୁନର୍ବାର ଆବେଦନ କରିପାରିବେ ସେଥିପାଇଁ ସମସ୍ତେ ଚେଷ୍ଟା କରିବା ସହ ମହିଳା ଙ୍କୁ ସଚେତନ କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏଥିରେ ଯେପରି କିଛି ତ୍ରୁଟି ପରିଲିଖିତ ନହୁଏ ସେଥିପ୍ରତି ସମସ୍ତେ ଚେଷ୍ଟା କରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହି କିସ୍ତି ଶେଷ କିସ୍ତି ହୋଇଥିବା ଯୋଗୁଁ କିପରି ସମସ୍ତେ ଉପକୃତ ହୋଇପାରିବେ ସେଥିପାଇଁ ପ୍ରଶାସନିକ ଅଧିକାରୀ ମାନେ ସମସ୍ତ ପ୍ରସ୍ତୁତି କରିବା ପାଇଁ କୁହାଯାଇଛି ତେବେ ଏଥିରେ ଯଦି କେହି ଖିଲାପ କରନ୍ତି କିମ୍ବା ଅବହେଳା କରନ୍ତି ତ ଏଥିପାଇଁ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ କୁହାଯାଇଛି। ଏ ସମ୍ପର୍କରେ ସମସ୍ତ ବେଙ୍କ ପରିଚାଳକ,ଶିଶୁ ସମନ୍ଵୟ ଅଧିକାରୀ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ମାନଙ୍କ ସହ ମଧ୍ୟ ଅଲୋଚନା କରାଯାଇଛି। ଯେଉଁ ମାନଙ୍କ ବେଙ୍କ ଖାତା ସହ ଆଧାର ସଂଯୋଗ ହୋଇ ନାହି ,ଖାତା ସଚଳ ନାହି,ସେମାନଙ୍କ ତାଲିକା ବର୍ତମାନ ପୋର୍ଟାଲ ରେ ଉପଲବ୍ଧ ଅଛି ଏବଂ ସେମାନଙ୍କ ଘରକୁ ଘର ଯାଇ ଅଙ୍ଗନବାଡି କର୍ମୀ ଏବଂ ସମ୍ପୃକ୍ତ ଅଧିକାରୀ ମାନେ ବେଙ୍କିଙ୍ଗ ଆବଶ୍ୟକତା ଓ ଆଧାର ସମସ୍ୟା ସମାଧାନ ପାଇଁ ଚେଷ୍ଟା ଜାରି ରଖିଛନ୍ତି, ଏହି ସ୍ଥିତି ରେ କିଛି ଅଙ୍ଗନବାଡି କର୍ମୀ ସମସ୍ତ ହିତାଧିକାରୀ ଙ୍କ ଘରକୁ ଯୋଗାଯୋଗ କରିପାରୁନଥିବା ମଧ୍ୟ ଆଲୋଚନା ହେଉଛି। ଡିବିଟି ବ୍ୟବସ୍ଥା କୁ ନେଇ କିଛି ହିତାଧିକାରୀ ଦ୍ଵନ୍ଦ ରେ ରହୁଛନ୍ତି। ଅଧିକ ହିତାଧିକାରୀ ଏୟାରତେଲ ପେମେଣ୍ଟ ବେଙ୍କ, ପୋସ୍ତ ପେମେଣ୍ଟ ବେଙ୍କ,ଏନ ଏସ ଡି ଏଲ ପେମେଣ୍ଟ ବେଙ୍କ, ଇଣ୍ଡସଲାଣ୍ଡ ପେମେଣ୍ଟ ପରି କିଛି ବେଙ୍କ ସହ ଆଧାର ଲିଙ୍କ ରହିଛି ଏବଂ ଏମାନେ ଏସ ବି ଆଇ ପରି ରାଷ୍ଟ୍ରାୟତ ବେଙ୍କ ମାନଙ୍କ ରେ ଟଙ୍କା ପାଇଁ ଭିଡ ଜମାଇବାରେ ଲାଗିଛନ୍ତି। ଏପରି ସ୍ଥିତି ରେ ପ୍ରମୁଖ କାର୍ଯ୍ୟ ରୂପେ ସମସ୍ତ ମହିଳା ଙ୍କୁ ବିଭିନ୍ନ ଡିବିଟି ବିଷୟ ରେ ବୈଷୟିକ ଜ୍ଞାନ ଓ ସୂଚନା, ଆଧାର ସିଡିଙ୍ଗ ବିଷୟ ରେ ସଚେତନ କରିବା,ଖାତା ଚେକ କରିବା, ଖାତା କୁ ସଚଳ କରିବା, ଆଧାର ସଂଯୋଗ କରିବା ଇତ୍ୟାଦି ଉପରେ ଯଦି ଅଧିକ ସଚେତନ ଅଙ୍ଗନବାଡି ଓ ବିଭାଗୀୟ ଅଧିକାରୀ ମାନଙ୍କ ଦ୍ଵାରା କରାଯାଏ ତେବେ ଦିନ ତମାମ ମହିଳା ମାନେ ବିଭିନ୍ନ ବେଙ୍କ ଓ ଆଧାର କେନ୍ଦ୍ର ଉପରେ ଆଉ ଭିଡ ଜମାଇବା ପରିବର୍ତେ ସହଜ ରେ ତାଙ୍କ ପାଇପାରି ଥାନ୍ତେ। ବର୍ତମାନ ଆସନ୍ତା ୨୪ ତାରିଖ ରେ ସରକାର ପ୍ରଥମ ପର୍ଯ୍ୟାୟ ର ତୃତୀୟ କିସ୍ତି ପ୍ରଦାନ କରିବାକୁ ଥିବା ବେଳେ ମହିଳା ମାନେ ପୁଣିଥରେ ଆଧାର କେନ୍ଦ୍ର ଓ ବେଙ୍କ ମାନକ ରେ ଭିଡ ଜମାଇବାରେ ଲାଗିଛନ୍ତି ଅନ୍ୟପଟେ ସରକାର ଗୋଟିଏ ନମ୍ବର କୁ ଗୋଟିଏ ବେଙ୍କ ଖାତା ସହ ଯୋଡିବା, କେ ୱା ସି ଅପଡେଟ କରିବା ଉପରେ ଗୁରୁତ୍ଵ ଦେଉଛନ୍ତି ଅନ୍ୟପଟେ କିଛି ମହିଳା ଗୋଟିଏ ଫୋନ ନମ୍ବର କୁ ଦୁଇ ତିନୋଟି ବେଙ୍କ ଖାତା ସହ ସଂଯୋଗ କରୁଥିବା ଯୋଗୁଁ ମଧ୍ୟ ସମସ୍ଯା ଉପୁଜିଥିବା କୁହାଯାଉଛି। ଏହି ଯୋଜନା କୁ ସରକାର ଅଧିକ ରୁ ଅଧିକ ପ୍ରଥମିକତା ଦେଉଥିବା ବେଳେ ଯୋଜନା ର ଲାଭ ଉଠାଇବା ପାଇଁ ମହିଳା ମାନେ ଦିନତମାମ ବିଭିନ୍ନ ବେଙ୍କ ଓ ଆଧାର କେନ୍ଦ୍ର ମାନଙ୍କ ରେ ଭିଡ ଜମାଉଥିବା ଦେଖିବାକୁ ମିଳୁଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ