ସୋସିଆଲ ମିଡିଆର ପ୍ରଭାବରେ ଲୁଚିଯାଉଛି “ଗ୍ରୀଟିଙ୍ଗ୍‌ସ୍ କାର୍ଡ”

ଆସିକା, (ଯୁଗାବ୍ଦ ନ୍ୟୁଜ):ଇଣ୍ଟରନେଟ୍ ଯୁଗରେ ଫେସ୍‌ବୁକ୍‌, ମୋବାଇଲ୍ ମେସେଜ୍‌, ହ୍ୱାଟସ୍‌ଅ।।ପ୍‌ର ବ୍ୟବହାର କେବଳ ସହରାଞ୍ଚଳ ନୁହେଁ ଗ୍ରାମାଞ୍ଚଳ ଗୁଡିକରେ ମଧ୍ୟ ଏହାର ବ୍ୟବହାର ଅଧିକ ଥିବା ଲକ୍ଷ୍ୟ କରାଯାଇଛି । ଯାହାର ସତ୍ୟତା ନୂତନବର୍ଷ ୨୦୨୫ ପାଳନ ଅବସରରେ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ବିକ୍ରୀ ହେଉଥିବା ଗ୍ରୀଟିଙ୍ଗସ୍ କାର୍ଡର କାରବାରରୁ ସ୍ପଷ୍ଟ ବାରି ହୋଇପଡୁଛି । ଅତୀତରେ ନୂତନବର୍ଷ ଆଗମନର ଅବ୍ୟବହିତ ପୂର୍ବରୁ ଅଧିକାଂଶ ବ୍ୟବସାୟ ପ୍ରତିଷ୍ଠାନରେ ବିଭିନ୍ନ କିସମର ଗ୍ରୀଟିଙ୍ଗସ୍ କାର୍ଡର ବହୁଳ ବିକ୍ରୀବଟା ହେଉଥିଲା ବେଳେ ବିଗତ କିଛିବର୍ଷ ହେଲା ଗ୍ରୀଟିଙ୍ଗସ୍ କାର୍ଡର ଚାହିଦା ଅତିମାତ୍ରାରେ ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି । ଯୁବପିଢୀ ମାନେ ମୋବାଇଲ୍ ମେସେଜ୍‌, ହ୍ୱାଟସ୍‌ଆପ ସହାୟତାରେ ନୂତନବର୍ଷର ଅଭିନନ୍ଦନର ବାର୍ତ୍ତା ପଠାଇବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଛି । ଆଉ ମାତ୍ର କିଛିଦିନ ପରେ ବିଦାୟ ନେବ ଇଂରାଜୀ ୨୦୨୪ମସିହା । ଆରମ୍ଭ ହେବ ଇଂରାଜୀ ନୂତନ ବର୍ଷ ୨୦୨୫, ଏହି ନୂତନ ବର୍ଷକୁ ସ୍ୱାଗତ ଜଣାଇବା ପାଇଁ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଙ୍କ ମଧ୍ୟରେ ଉତ୍ସାହ ଉଙ୍କି ମାରୁଛି । ବିଶେଷ କରି ଯୁବପିଢୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅଧିକ ଉତ୍କଣ୍ଠା । ସାଂପ୍ରତିକ ପରିସ୍ଥିତିରେ ନବବର୍ଷ ଅବସରରେ ଶୁଭେଚ୍ଛାର ମାଧ୍ୟମ ପ୍ରାୟତଃ ବଦଳି ଯାଇଛି । ପୂର୍ବରୁ ଗ୍ରୀଟିଙ୍ଗସ୍ କାର୍ଡ ଶୁଭେଚ୍ଛାର ଏକ ମୁଖ୍ୟ ମାଧ୍ୟମ ପାଲଟି ଥିବା ବେଳେ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଶୁଭେଚ୍ଛା ବାର୍ତ୍ତା ପହଞ୍ଚାଇବା ପାଇଁ ଅନେକ ପସନ୍ଦ କରୁଥିବା ଯୋଗୁଁ ଗ୍ରୀଟିଙ୍ଗସ୍ କାର୍ଡର ଚାହିଦା ଦିନକୁ ଦିନ କମିବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି । ଆଜିର ଅଧୁନିକତାର ଯୁଗ ହେଉଛି ପ୍ରଯୁକ୍ତି ବିଜ୍ଞାନ କୌଶଳ ଓ ଇଣ୍ଟରନେଟ୍‌ର ଯୁଗ । ଇଣ୍ଟରନେଟ ମାଧ୍ୟମରେ ସମୟ ସାପେକ୍ଷ କାମକୁ କ୍ଷଣିକ ମଧ୍ୟରେ ସମାଧାନ କରିପାରୁଛି ମନୁଷ୍ୟ । କିନ୍ତୁ ଏହି ଇଣ୍ଟରନେଟ୍ ଓ ସୋସିଆଲ ମିଡିଆର ପ୍ରଭାବରେ ଧିରେଧିରେ ଲୋପ ପାଇବାକୁ ବସିଲାଣି ପୁରୁଣା ପରମ୍ପରା ଓ ରୀତିନୀତି । ଆଗରୁ ଭାବର ଆଦାନ ପ୍ରଦାନ ଓ ଶୁଭେଚ୍ଛା ବାର୍ତ୍ତା ପଠାଇବାକୁ ସାଧାରଣ ଜନତା ତଥା ବିଶେଷ କରି ଯୁବ ପିଢୀ ଶୁଭେଚ୍ଛା ବାର୍ତ୍ତା (ଗ୍ରୀଟିଙ୍ଗସ୍ କାର୍ଡ) ବ୍ୟବହାର କରୁଥିଲେ । କିନ୍ତୁ ସୋସିଆଲ ମିଡିଆ (ୱାଟସଅପ୍‌, ଫେସବୁକ, ଇନସ୍ଟାଗ୍ରାମ) ଭଳି ନୂଆମାଧ୍ୟମର ବହୁଳ ବ୍ୟବହାର ଯୋଗୁଁ ଶୁଭେଚ୍ଛା ବାର୍ତ୍ତା (ଗ୍ରୀଟିଙ୍ଗସ୍ କାର୍ଡ) ଦିନକୁ ଦିନ କ୍ରମଶଃ ଲୋପ ପାଇବାକୁ ବସିଲାଣି । ପୂର୍ବରୁ ନୂଆ ବର୍ଷ ଆସିବାର ଦୀର୍ଘ ପ୍ରାୟ ଏକ ମାସ ପୂର୍ବରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କେତେକ ବ୍ୟବସାୟ ପ୍ରତିଷ୍ଟାନରେ ବିକ୍ରୀ ହେଉଥିଲା ବିଭିନ୍ନ ଡିଜାଇନର ଶୁଭେଚ୍ଛା ବାର୍ତ୍ତା (ଗ୍ରୀଟିଙ୍ଗସ୍ କାର୍ଡ) । ଛୋଟଛୋଟ ଶୁଭେଚ୍ଛା ବାର୍ତ୍ତା (ଗ୍ରୀଟିଙ୍ଗସ୍ କାର୍ଡ) ଠାରୁ ଆରମ୍ଭକରି ରଙ୍ଗ ବେରଙ୍ଗର ଗ୍ରୀଟିଙ୍ଗସ୍ ଓ କୋଟେସନ୍ କାର୍ଡ ବିକ୍ରୀ ହେଉଥିଲା ବେଳେ ଅସ୍ଥାୟୀ ବ୍ୟବସାୟ ପ୍ରତିଷ୍ଟାନ ଗୁଡିକରେ ଯୁବପିଢୀଙ୍କ ଭିଡ ଜମୁଥିଲା । କିନ୍ତୁ ଏବେ ଏହା ଆଉ ଦେଖା ଯାଉ ନାହିଁ । ଧିରେଧିରେ ଏହି ପରମ୍ପରା ହଜିଗଲାଣି । ଶୁଭେଚ୍ଛା ବାର୍ତ୍ତା (ଗ୍ରୀଟିଙ୍ଗସ୍ କାର୍ଡ)ର ଚାହିଦା ଦିନକୁଦିନ ର୍ହାଷ ପାଇଚାଲିଥିବାରୁ ଆଗ ଭଳି ଶୁଭେଚ୍ଛା ବାର୍ତ୍ତା (ଗ୍ରୀଟିଙ୍ଗସ୍ କାର୍ଡ) ବିକ୍ରୀ କରିବାକୁ ବ୍ୟବସାୟୀ ମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ବିଗତ କିଛି ବର୍ଷ ହେଲା ସୋସିଆଲ ମିଡିଆର ବହୁଳ ବ୍ୟବହାର ତଥା ପ୍ରସାର ଶୁଭେଚ୍ଛା ବାର୍ତ୍ତା (ଗ୍ରୀଟିଙ୍ଗସ୍ କାର୍ଡ) ବ୍ୟବସାୟରେ ପ୍ରଭାବ ପକାଇଛି । ବାର୍ତ୍ତା ବାହକ ରୂପେ ଶୁଭେଚ୍ଛା ବାର୍ତ୍ତା (ଗ୍ରୀଟିଙ୍ଗସ୍ କାର୍ଡ) ଏକ ପୁରୁଣା ମାଧ୍ୟମ ରୂପେ ପରିଚିତ ଥିଲା । ଏବେ ସମୟ ବଦଳିବା ସହ ସୋସିଆଲ ମିଡିଆ ଭାବ ବିନିମୟ କରିବାର ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ ଧିରେଧିରେ ଶୁଭେଚ୍ଛା ବାର୍ତ୍ତା (ଗ୍ରୀଟିଙ୍ଗସ୍ କାର୍ଡ)ର ଚାହିଦା ବି କମିଗଲାଣି । ଜଗତୀକରଣ ଯୁଗରେ ମାତ୍ର ନିମିଷକ ମଧ୍ୟରେ ବର୍ତ୍ତା ପହଞ୍ଚି ପାରୁଥିବାରୁ ଯୁବପିଢୀ ସ୍ମାର୍ଟ ଫୋନ୍ ବ୍ୟବହାରକୁ ବହୁଳ ଭାବେ ଗ୍ରହଣ କରୁଛନ୍ତି । ଆଉ ବିଭିନ୍ନ ସୋସିଆଲ୍ ମିଡିଆ ମାଧ୍ୟମରେ ହଜାର ହଜାର କିଲୋମିଟର ଦୂରରେ ଥିବା ସମ୍ପର୍କୀୟଙ୍କୁ ନୂଆ ବର୍ଷର ବର୍ତ୍ତା ନିମିଷକ ମଧ୍ୟରେ ପ୍ରେରଣ କରୁଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ