ହଦଗଡରେ ପରିବେଶ ଉପଯୋଗୀ ସଚେତନତା ଅଭିଯାନର ଶୁଭାରମ୍ଭ

ହାଟଡିହି, (ବିକାଶ ବିଶ୍ୱାଳ):ହଦଗଡ ବନ୍ୟପ୍ରାଣୀ ବନଖଣ୍ତ ଅଞ୍ଚଳରେ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଯୁବ ଲେଖକ, ପ୍ରକୃତି ବନ୍ଧୁ ଓ ବନ୍ୟପ୍ରାଣୀ ସଂରକ୍ଷଣ ପୁରସ୍କାର ପ୍ରାପକ ଚନ୍ଦନ ପଣ୍ଡାଙ୍କ ଆବାହକତ୍ବରେ ଆଞ୍ଚଳିକ କାର୍ଯ୍ୟାଳୟ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ,ଓଡ଼ିଶା ,କେନ୍ଦୁଝର ଆନନ୍ଦପୁର ବନଖଣ୍ତ ଅଧିନ ହଦଗଡ ବନ୍ୟପ୍ରାଣୀ ବନାଞ୍ଚଳର ମିଳିତ ଆନୁକୂଲ୍ୟରେ ହଦଗଡଠାରେ ପ୍ରକୃତି ସୁରକ୍ଷା ,ବନାଗ୍ନି ନିରାକରଣ, ବନ୍ୟପ୍ରାଣୀ ସଂରକ୍ଷଣ, ନିଶା ଦ୍ରବ୍ୟ ଓ ପ୍ଲାଷ୍ଟିକ ,ପଲିଥିନ ବର୍ଜନ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଏଥିରେ ଆଞ୍ଚଳିକ ଶାଖା କେନ୍ଦୁଝର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର କ୍ଷେତ୍ର ସହଯୋଗୀ ସତ୍ଯ ନାରାୟଣ ଦାଶ,ଶୁଭମ ବେହେରା, ହଦଗଡ ବନପାଳ ମଳୟ କୁମାର ସାହୁ , ବନରକ୍ଷୀ ଜ୍ୟୋତି ରଞ୍ଜନ ମାଝୀ , ଜଙ୍ଗଲ ସୁରକ୍ଷା ଦଳର ପ୍ରହଲ୍ଲାଦ ଜେନା ଓ ଅର୍ଜୁନ ହାସଁଦା ପ୍ରମୁଖ ଯୋଗଦାନ କରି ହଦଗଡ ଠାରେ ଆଗନ୍ତୁକ ପର୍ଯ୍ୟଟକମାନଙ୍କୁ ପରିବେଶ ସୁରକ୍ଷା , ବନ୍ୟଜନ୍ତୁ ସଂରକ୍ଷଣ, ଜଙ୍ଗଲ ନିଆଁ ନିବାରଣ ଏବଂ ପ୍ଲାଷ୍ଟିକ, ପଲିଥିନ , ନିଶା ବର୍ଜନ କରିବା ଓ ଶବ୍ଦ ପ୍ରଦୂଷଣ ନକରିବା ନିମନ୍ତେ ପ୍ରଚାର ପତ୍ର ବଣ୍ଟନ କରାଯିବା ସହ ନଦୀ ବନ୍ଧ ଚତୁର୍ପାଶ୍ୱରେ ଏକ ଶୋଭାଯାତ୍ରା କରାଯାଇଥିଲା। ଏହି ଅବସରରେ ଉଭୟ ଅଧିକାରୀଙ୍କ ଉପସ୍ଥିତିରେ ସେଠାରେ ଥିବା ସାମୟିକ ଦୋକାନ ଓ ବଣଭୋଜି ପାଇଁ ଆସିଥିବା ପର୍ଯ୍ୟଟକମାନଙ୍କଠାରୁ ପାଖାପାଖି ୯ କିଗ୍ରା , ୩୭୦ ଗ୍ରାମର ପଲିଥିନ୍, ଥର୍ମୋକୁଲ୍ ଓ ପ୍ଲାଷ୍ଟିକ ଜାତୀୟ ପଦାର୍ଥ ଜବତ କରାଯାଇଥିଲା । ତାର ପ୍ରତିବଦଳରେ ସମସ୍ତଙ୍କୁ ପରିବେଶ ଉପଯୋଗୀ ଓ ଜୈବ ବିଘଟିତ ପଦାର୍ଥ ବ୍ଯବହାର କରିବା ପାଇଁ ସଚେତନ କରିବା ସହ ଶାଳପତ୍ର ଖଲି ଓ ଚଉତି ପ୍ରଦାନ କରାଯାଇଥିଲା । ଏଥିରେ ପ୍ରବୀର ନାୟକ, ସସ୍ମିତା ନାୟକ, କଳ୍ପନା ନାୟକ, ମାଳତୀ ହୋ,ନମିତା ନାୟକ, ଜଲିରାଣୀ ନାୟକ, ଗୀତାଞ୍ଜଳି ନାୟକ, ଲୋଚନା ନାୟକ, ସଞ୍ଜୁ ପାତ୍ର ଓ ଶଙ୍କର୍ଷଣ ମୁର୍ମୁ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ