ହାଙ୍ଗାମା କ୍ଲବ ୩୨ ବର୍ଷ କାର୍ତ୍ତିକେଶ୍ୱର ପୂଜା

ବାରିପଦା,(ମୁରାରୀ ମୋହନ ମହାପାତ୍ର):ବାରିପଦା ସହର ବାଘରା ରୋଡ୍ ଆର .ଆଇ ଅଫସି ନିକଟରେ କାର୍ତ୍ତିକେଶ୍ୱର ପୂଜା ଦୀର୍ଘ ୩୨ ବର୍ଷ ହେବ ଏହି କାର୍ତ୍ତିକେଶ୍ୱର ପୁଜା  ବଜାୟ ରଖିଛି । କାର୍ତ୍ତିକେଶ୍ୱର ଆବାହନ ମନ୍ତ୍ରରେ ପରିବେଶ ପ୍ରକମ୍ପିତ ହେଉଥିବା ବାରିପଦାରେ ଅଧିକ ଭକ୍ତିମୟ କରି ତୋଳିଥାଏ। ଏହି ପରମ୍ପରା କାଳକ୍ରମେ ହଜି ଯାଇଥିଲେ ବି ବାରିପଦା ବାଘରା ରୋଡ୍ ଆର .ଆଇ ଅଫସି ନିକଟରେ କାର୍ତ୍ତିକେଶ୍ୱର ପୂଜା କମିଟି ଏହାକୁ ଉଜ୍ଜୀବିତ କରିରଖିଛି। ୧୯୯୨ ମସିହାରେ ୩ ରୁ ୪ ଜଣ ସଦସ୍ୟ ସଙ୍ଗଠିତ ହୋଇ ୧୦ ହଜାର ଟଙ୍କା ବ୍ୟୟ ଅଟକଳରେ ସରସ୍ୱତୀ ପୁଜା  ଆରମ୍ଭ କରିଥିଲେ। ବର୍ଷକୁ ବର୍ଷ ଏହି ପୂଜାର ଆକର୍ଷଣ ବଢ଼ିବା ସହ ବର୍ତ୍ତମାନ ବଜେଟ ୧ ଲକ୍ଷ ୫୦ ହଜାର ଟଙ୍କାକୁ ଛୁଇଁଛି। ପୂଜା କମିଟି ସମ୍ପାଦକ ଶିବାନନ୍ଦ ବେହେରା ସୂଚନା ମୁତାବକ ଗତ ୧୨ ବର୍ଷ ହେଲା ଥିମ୍ ମୂର୍ତ୍ତି ଭାବେ କାର୍ତ୍ତିକେଶ୍ୱର ପୂଜା ପାଇ ଆସୁଛନ୍ତି। ବର୍ତ୍ତମାନ କମିଟିରେ ୩୦ ରୁ ଊର୍ଦ୍ଧ୍ଵ ସଦସ୍ୟ ଅଛନ୍ତି। ସମସ୍ତଙ୍କ ସହଯୋଗରେ ଏହି ପୂଜା ଶାନ୍ତିଶୃଙ୍ଖଳାର ସହ ହେଉଥିବା କମିଟି ସଭାପତି ଆଦିତ୍ୟ ଗିରି ସୂଚନା ଦେଇଛନ୍ତି। କମିଟିର କର୍ମକର୍ତ୍ତା ବିଶ୍ୱାସ ମହାନ୍ତି, ସୁନୀଲ ଗିରି, ଦେବାଶିଷ ଦାସ, ରମାକାନ୍ତ ବେହେରା, ସୁମନ ବେହେରା, ଦେବବ୍ରତ ଦେ, ଚନ୍ଦନ ପାଣି ସମ୍ପାଦନରେ ପ୍ରମୁଖ ଦାୟିତ୍ଵ ତୁଲାଉଛନ୍ତି। ଚଳିତ ବର୍ଷ କମିଟି ପକ୍ଷରୁ ଏକ କାଳ୍ପନିକ ମନ୍ଦିର ସଦୃଶ ତୋରଣ ନିର୍ମାଣ କରାଯାଉଛି। କମିଟି ପକ୍ଷରୁ ସାଜସଜ୍ଜା ପାଇଁ ଗୁରୁତ୍ଵ ଦିଆଯାଉଥିବା କୁହାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ