ହାଟଡିହି କଲେଜରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳିତ ହୋଇ ଯାଇଛି। ପ୍ରଧ୍ୟାପକ ବିଜୟ କୁମାର ନାୟକଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବଜାର ପରିକ୍ରମା କରିଥିଲା। ପରେ କଲେଜ ସଭାଗୃହରେ ଏକ ସଭାରେ ଅଧ୍ୟପିକା ନିଲମ ସାଔଁୟା, ଶଶୀକଳା ଦାସ, ବିଶ୍ବ ରଞ୍ଜନ ଜେନା, ମେନକା ରାଣୀ ଧୁରୁଆ, ବୃନ୍ଦାବନ ଓଝା, ଅଜୟ କୁମାର ଦାଶ, ଚକ୍ରଧର ଦାଶ , ପ୍ରିୟଙ୍କା ମହାନ୍ତି, ଚୁମୁକି ରାଣୀ ମହାନ୍ତି, ଚୂମୁକି ରାଣୀ ନାୟକ, ପ୍ରମୁଖ ଯୋଗଦେଇ ପ୍ରବାସୀ ଭାରତୀୟ ଦିବସ ଉପରେ ଆଲୋକପାତ କରିଥିଲେ। ଖେଳ ଶିକ୍ଷକ ଅବିନାଶ ରାଉତ, ଭଗ୍ୟଲକ୍ଷ୍ମୀ ନାୟକ କାର୍ଯକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ