ହାଟଡିହି ବ୍ଲକରେ ୧୫ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୨୧୭୫ ପରୀକ୍ଷାର୍ଥି
ହାଟଡିହି, (ବିକାଶ ବିଶ୍ୱାଳ):ଛାତ୍ର ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା କୁହାଯାଉଥିବା ମାଟ୍ରିକ ଆଜିଠାରୁ ଆରମ୍ଭ ହୋଇଛି । ମାଟ୍ରିକ, ମଧ୍ୟମା ପରୀକ୍ଷା ମାର୍ଚ୍ଚ ୬ ତାରିଖ ପର୍ୟ୍ୟନ୍ତ ଚାଲିବ । ମୋଟ ୧୫ଟି ପରୀକ୍ଷା କେନ୍ଦ୍ରରେ ୨୩୦୨ ପରୀକ୍ଷାର୍ଥି ପରୀକ୍ଷା ଦେବାପାଇଁ ନାମ ପଞ୍ଜିକୃତ କରିଥିବା ବେଳେ ୧୨୭ଜଣ ଅନୁପସ୍ଥିତ ରହିଥିବା ବେଳେ ୨୧୭୫ ଜଣ ପରୀକ୍ଷ ଦେଇଛନ୍ତି। ହାଟଡିହି ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୯୮ଜଣ, ମୁଗୁପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୨୮ ଜଣ, ବଡ଼ରମ୍ପାସ ଜପିଦାସ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୩୭ ଜଣ , ଆର. ବି. ହାଇସ୍କୁଲ ଷଡ଼ଙ୍ଗରେ ୧୬୭ଜଣ, ଟି ଏମ ଏକାଡ଼େମୀ ଡଅଁରରେ ୧୮୩ ଜଣ , କପିଳେଶ୍ୱର ହାଇସ୍କୁଲ କଳିଗାଁରେ ୧୭୩ଜଣ, ପଞ୍ଚାୟତ ହାଇସ୍କୁଲ ମରୈଗାଁରେ ୯୬ ଜଣ, ବରାହୀ ହାଇସ୍କୁଲ ବଞ୍ଚୋରେ ୧୩୫ ଜଣ, ଢ଼େଙ୍କା ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୧୨୭ଜଣ , ବାଲିବରେଇ ହାଇସ୍କୁଲରେ ୧୨୭ ଜଣ, ବିପି ହାଇସ୍କୁଲ ବାଙ୍ଗୋରରେ ୧୭୨ଜଣ, ବାଲୁକେଶ୍ୱର ହାଇସ୍କୁଲ ସୋସୋ କାନପୁରରେ ୧୧୮ଜଣ, ମୁକୁନ୍ଦ ଚରଣ ବିଦ୍ୟାପୀଠ ନନ୍ଦିପଦା ହାଟରେ ୧୯୯ ଜଣ, ବାଙ୍ଗୋର ଗାର୍ଲସ ହାଇସ୍କୁଲରରେ ୧୭୫ଜଣ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଓରାଳି ପରୀକ୍ଷା କେନ୍ଦ୍ରରେ ୪୦ଜଣ ମଧ୍ୟମା ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୧୨୭ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିବା ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ଅଧିକାରୀ ସମ୍ପୃକ୍ତ ବିଦ୍ୟାଳୟ ମାନଙ୍କୁ ଅନୁପସ୍ଥିତି ର କାରଣ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣା ଯାଇଛି।