ହାଶିଳା ଆର.କେ. କଲେଜରେ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ସ୍ଥିତ ଆର.କେ. ଜୁନିଅର କଲେଜରେ ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ (ଆଠ-ଦିନ-ବ୍ୟାପି) ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର କଲେଜ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ଦ୍ୱାରା ବୁଧବାର ଦିନ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅଜୟ କୁମାର ଗିରି , ଶଶିକାନ୍ତ ନନ୍ଦ, ଅନୀଲ କୁମାର ଗିରି, ରୂପ ନାରାୟଣ ମାଝୀ , ରମାକାନ୍ତ ପାତ୍ର, ପ୍ରହଲ୍ଲାଦ କୁମାର ସ୍ୱାଇଁ ଓ ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି ଆଜିର ସମୟରେ ଛାତ୍ରୀମାନେ ଆତ୍ମରକ୍ଷା କୌଶଳ ଶିକ୍ଷା କରିବା ଏକାନ୍ତ ଆବଶ୍ୟକ ବୋଲି ନିଜ ନିଜ ଅଭିଭାଷଣ ମାଧ୍ୟମରେ ପ୍ରକାଶ କରିଛନ୍ତି। କଲେଜ ପରିସରରେ ଆୟୋଜିତ ଏହି ତାଲିମ ଶିବିରରେ ୫୮ ଜଣ ଛାତ୍ରୀ ଅଂଶଗ୍ରହଣ କରୁଥିବା ଜଣାଯାଇଛି। ମାୟାଧର ସି ଏହାକୁ ପରିଚାଳନା କରୁଥିବାବେଳେ ପ୍ରଶିକ୍ଷିକା ଭାବେ ଆରତୀ ମହାନ୍ତ ଯୋଗ ଦେଇଛନ୍ତି । କାର୍ଯ୍ୟକ୍ରମର ସଫଳତା ଦୃଷ୍ଟିରୁ ରବୀନ୍ଦ୍ର ବେହେରା, ଯୋଗେଶ୍ୱର ତୁଙ୍ଗ, ରାଧାନାଥ ଗିରି, ନାନୀକାନ୍ତ ନନ୍ଦ, ଭଜହରି ମାଝୀ ପ୍ରମୁଖ ସକ୍ରିୟ ଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ