ହିଞ୍ଜିଳି ବିଧାୟକଙ୍କ ଜିଲ୍ଲାପରିଷଦ, ବ୍ଳକ ଓ ପୈାରାଞ୍ଚଳ ପ୍ରତିନିଧି ନିଯୁକ୍ତ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ପୂର୍ବତନ ବିଧାୟକ ତଥା ବିରୋଧୀ ଦଳ ନେତାଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ପ୍ରତିନିଧିଙ୍କୁ ନିଯୁକ୍ତି ମିଳିଛି। ଦୀର୍ଘ ଦିନ ଧରି ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି କିଏ ହେବ, ସେ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଥିଲା। ସମସ୍ତ ପ୍ରତିକ୍ଷାର ଅନ୍ତ ଘଟି ହିଞ୍ଜିଳି ବିଧାୟକଙ୍କ ପ୍ରତିନିଧିଙ୍କ ନାମ ଘୋଷଣା ହୋଇଛି। ଜିଲ୍ଲା ପରିଷଦ ପ୍ରତିନିଧି ଭାବେ ପ୍ରାକ୍ତନ ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ରଙ୍କ ନାମ ଘୋଷଣା କରାଯାଇଅଛି। ସେହିପରି ହିଞ୍ଜିଳିକାଟୁ ବ୍ଳକ ପ୍ରତିନିଧି ଭାବେ ୬୮ ନଂ ଜିଲ୍ଲା ପରିଷଦ ପ୍ରତିନିଧି ଏ. ସୁଦର୍ଶନ ଓ ପୈାରାଞ୍ଚଳ ପ୍ରତିନିଧି ଭାବେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ପ୍ୟାରୀମୋହନ ପାଢି ଓ ଶେରଗଡ଼ ବ୍ଳକ ପ୍ରତିନିଧି ରୂପେ ଦିଗାମ୍ବର ନାହାକଙ୍କୁ ନିଯୁକ୍ତ କରାଯାଇଛି। ତୃଣମୂଳ ସ୍ତରରେ ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ନବ ନିଯୁକ୍ତ ପ୍ରତିନିଧି ବୃନ୍ଦ କହିଛନ୍ତି। ପୂର୍ବରୁ ହିଞ୍ଜିଳି ବିଧାୟକଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଭାବେ ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଥିଲା। ବର୍ତ୍ତମାନ ସମୟରେ ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧିଙ୍କୁ ନିଯୁକ୍ତ କରାଯାଇଥିବାରୁ ଦଳୀୟ କର୍ମୀମାନେ ବିଧାୟକ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳର କିଛି ବରିଷ୍ଠ ନେତୃବୃନ୍ଦଙ୍କୁ ଉପେକ୍ଷା କରାଯାଇ ଜିଲ୍ଲା ପରିଷଦ ପ୍ରତିନିଧିଙ୍କୁ ନିଯୁକ୍ତି କରାଯାଇଥିବାରୁ ଦଳ ମଧ୍ୟରେ ଫାଟ ସୃଷ୍ଟି ହେବା ଆଶଙ୍କା ରହିଛି।