୧୯ ନମ୍ବର ୱାର୍ଡ ରେ ବିଜେପି ପ୍ରାର୍ଥୀ ମାନସ ଙ୍କ ଘରେ ଘରେ ପ୍ରଚାର
ବାଲେଶ୍ଵର, (ସରୋଜ ପଣ୍ଡା):ଶନି ବାର ପୂର୍ବାହ୍ନ ରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ଶୋଭାରାମ ପୁର ର ୧୯ନମ୍ବର ୱାର୍ଡ ରେ ଘର ଘର ବୁଲି ପ୍ରଚାର କରିବା ସହ ଲୋକଙ୍କ ଆଶୀର୍ବାଦ କାମନା କରିଛନ୍ତି। ଶ୍ରୀ ଦତ୍ତ ପ୍ରତ୍ୟେକ ଘରକୁ ଯାଇ ଲୋକେ ଏଥର ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନିଅନ୍ତୁ ବୋଲି ଅନୁରୋଧ କରିଥିଲେ। ଶୋଭା ରାମ ପୁର ଅଞ୍ଚକ ର ସମସ୍ୟା ଦୂର କରିବା ଲାଗି ପରିବର୍ତ୍ତନ ଲୋଡ଼ା ବୋଲି କହିଥିଲେ। କେନ୍ଦ୍ରୀୟ ଯୋଜନା ଗୁଡିକ କିଭଳି ଓଡିଶା ରେ ଲାଗୁ କରାଯିବ ସେ ଦିଗରେ ବିଜେପି ଯତ୍ନବାନ ରହିଛି। ତେଣୁ ମତ ଦାତା ମାନେ ଏକ ତାରିଖ ରେ ଇ ଭିଏମ ମେସିନ ରେ ଦୁଇଟି ପଦ୍ମ ଫୁଲରେ ସୁଇଚ ଟିପି ଭୋଟ ଦେବାକୁ ନିବେଦନ କରିଥିଲେ.।ମତ ଦାତା ମାନେ ମଧ୍ୟ ପ୍ରାର୍ଥୀ ମାନସଙ୍କୁ ଆଶୀର୍ବାଦ ଦେଇଛନ୍ତି। ପ୍ରଚାର ସମୟ ରେ ଗଙ୍ଗା ଧର ରାଉତ, କାଉନ ସିଲର ଚିତ୍ତ ରଞ୍ଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ପୂର୍ବତନ କାଉନସିଲର ଉପେନ୍ଦ୍ର ଶତପଥୀ, ବିଜୟ ନାୟକ, ମନ୍ମୟ ଦାସ, ସୌଭାଗ୍ୟ ମାନସ ନାୟକ, ଶ୍ରୀୟା ଦାସ, ସସ୍ମିତା ଶୁକ୍ଲା, ସ୍ବର୍ଣ୍ଣ ପ୍ରିୟା ନାଥ ପ୍ରମୁଖ ଉପସ୍ଥିତ ରହିଥିଲେ।