୨୨ ଲକ୍ଷ ଟଙ୍କାର ରାସ୍ତା କାମ ୬ ମାସ ଗଲାନି

ନବରଙ୍ଗପୁର,(ୱାଇଏନଏସ): ରାସ୍ତା କାମ କରିବା ୬ ପରେ ନଷ୍ଟ ହୋଇଗଲା । ନବରଙ୍ଗପୁର ପୋୖରାଞ୍ଚଳ ଦଶହରାପଦା ସାହି ଦେଇ ପୋଡାଲଗୁଡା କୁ ଯାଇଥିବା ରାସ୍ତାରେ ୨୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ପୌରପାଳିକା ତରଫରୁ ଫେବରବ୍ଲକ ରାସ୍ତା ନିର୍ମାଣ କରାଯାଇଥିଲା। ଏହି ରାସ୍ତା ୬ ମାସ ମଧ୍ୟ ତିଷ୍ଠି ପାରିଲା ନାହିଁ । ରାସ୍ତାରୁ ସବୁ ଫେବରବ୍ଲକ ବାହାରି ପଡିବା ପରେ ଲୋକଙ୍କ ଅଭିଯୋଗ ଯୋଗୁଁ ବର୍ତମାନ ସବୁ ଫେବର ବ୍ଲକ ଗୁଡିକୁ କାଢି ଦିଆଯାଇଛି। ବର୍ତ୍ତମାନ ରାସ୍ତାର ଅବସ୍ଥା ଏକ ମାଟି ରାସ୍ତା ଠାରୁ ହୀନ ହୋଇଯାଇଛି ବୋଲି ଲୋକେ କହୁଛନ୍ତି। ପୂର୍ବରୁ ଏହି ରାସ୍ତା ମାଟି ରାସ୍ତା ଥିବାବେଳେ ଏହାକୁ ପିଚୁ ରାସ୍ତା କାହିଁକି କରାଗଲା ନାହିଁ ବୋଲି ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି । ନବରଙ୍ଗପୁର ସହରକୁ ଏହି ରାସ୍ତା ଦେଇ ପୋଡାଲଗୁଡା ବାସିନ୍ଦା ଏବଂ ଅନ୍ୟ ଅଞ୍ଚଳର ଲୋକଙ୍କ ପାଇଁ ଏକ ମୁଖ୍ୟ ରାସ୍ତା ହୋଇଥିବାବେଳେ ଯାତାୟାତରେ ଅସୁବିଧା ଭୋଗୁଛନ୍ତି ଲୋକେ । ରାସ୍ତାର ଏପରି ଅବସ୍ଥା କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।ପୌରପାଳିକା ତରଫରୁ ନିନ୍ମମାନର କାମ କରାଯାଇଥିବା ଯୋଗୁଁ ୬ ମାସ ମଧ୍ୟରେ ରାସ୍ତା ନଷ୍ଟ ହୋଇଗଲା ବୋଲି ସ୍ଥାନୀୟ ବାସିନ୍ଦା ଏବଂ ନିୟମିତ ଯାତାୟତ କରୁଥିବା ଲୋକେ ଅଭିଯୋଗ କରିଛନ୍ତି । ଆଗକୁ ବର୍ଷାଦିନ ଆସୁଥିବାରୁ ଏହି ରାସ୍ତା ଦେଇ ଯାତାୟତ ସମ୍ଭବ ହୋଇପାରିବ ନାହିଁ ତେଣୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଲୋକେ ଦାବି କରିଛନ୍ତି । ପୌରପାଳିକା ପକ୍ଷରୁ ମାତ୍ର ୩୨୫ ମିଟର ପାଇଁ ୨୨ ଲକ୍ଷ ଟଙ୍କା ବ୍ୟୟରେ ଠିକାଦାରଙ୍କୁ କାର୍ଯାଦେଶ ପ୍ରଦାନ କରାଯାଇଥିଲା । ତେବେ ଦୀର୍ଘଦିନ ହେଲା ଏହି ରାସ୍ତା ଖରାପ ହୋଇପଡିଥିବା ବେଳେ ଫେବର ବ୍ଲକ ରାସ୍ତା ତିଆରି ହେବା ପରେ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ ୬ ମାସ ଯାଇନି ରାସ୍ତାରୁ ପେଭର ବ୍ଳକ ବହାରିପଡ଼ିଲା । ବର୍ତ୍ତମାନ ଯାହା କିଛି ପେଭର ବ୍ଲକ ପଡିଥିଲା, ସେଗୁଡିକୁ ପୁନଃ ନିର୍ମାଣ କରାଯିବ ବୋଲି ସୂଚନା ମିଳିଥିବାବେଳେ ରାସ୍ତାରୁ ସବୁ ଫେବରବ୍ଲକ କାଢି ଦିଆଯାଇଛି। ଫଳରେ ଯାତାୟାତରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ରାସ୍ତାରେ ଗାଡ଼ିମୋଟର ଚାଲିଲେ ଧୂଳିଧୂଆଁରେ ଅଣନିଃଶ୍ବାସୀ ହେଉଛନ୍ତି ଲୋକେ । ଏ ସମ୍ପର୍କରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତଥାପି ପୌର ପ୍ରଶାସନ ତରଫରୁ ରାସ୍ତା ନିର୍ମାଣ ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ଅନ୍ୟପଟେ ବିଭାଗୀୟ ଅଧିକାରୀ ନିଜ ଦୋଷ ଲୁଚାଇବାକୁ ଯାଇ ଅନ୍ୟ ଉପରେ ଦୋଷାରୋପ କରି ଭାରିଯାନ ଯାତାୟାତ ରୁ ରାସ୍ତା ନଷ୍ଟ ହୋଇଥିବା କହିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ପୌରପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ପୁନଃ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ