୨୭ ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ତୃତୀୟ ଭଗବାନ ବିର୍ଷା ମୁଣ୍ଡା ଟ୍ରଫି
ବ୍ରହ୍ମପୁର,(ଅନିଲ କୁମାର):ଚଳିତ ମାସ ୨୭ ତାରିଖରୁ ୨୯ତାରିଖ ପର୍ଯ୍ୟନ୍ତ ତୃତୀୟ ଭଗବାନ ବିର୍ଷା ମୁଣ୍ଡା ଟ୍ରଫି ଜାତୀୟ ଟାଇକଣ୍ଡୋ ପ୍ରତିଯୋଗତା-୨୦୨୪ ଖେଳଗାଓଁ, ରାଞ୍ଚି, ଝାରଖଣ୍ଡଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଆମ ଗଞ୍ଜାମ ଜିଲ୍ଲାର ବହୁ ପ୍ରତିଭାପୂର୍ଣ୍ଣ ଖେଳାଳୀ ଭାଗନେଇଥିଲେ । ଏହି ପ୍ରତିଯୋଗିତାରେ ସ୍ମାରକ ଶର୍ମା, ପ୍ରମ୍ୟୁନ୍ନା ପ୍ରିୟାଞ୍ଜଳି ପଢିଆରି, ସୌର୍ୟ୍ୟ ସଂକଳ୍ପ, କାହ୍ନା ସେଠୀ, ଦିବ୍ୟସ୍ୱରୂପ ତ୍ରିପାଠୀ, ଏସ୍. ଚେନ୍ନାୟା ରେଡ୍ଡୀ, ଆଇଶା ବେହେରା (ଗୋଲ୍ଡ) ସହ ବି.ବସନ୍ତ ରେଡ୍ଡି, ମୁକେଶ ପ୍ରଧାନ, ଟି.କାର୍ତ୍ତୀକ ରେଡ୍ଡି (ବ୍ରୋଞ୍ଜ) ପଦକ ହାସଲ କରି ଆମ୍ଭ ଗଞ୍ଜାମ ଟାଇକଣ୍ଡୋ ଆସୋସିଏସନର ନାମକୁ ଗର୍ବିତ କରିଛନ୍ତି । ଏଥି ପ୍ରତିଯୋଗିତାରେ ମାଷ୍ଟର ଇ. ଲଲିତ କୁମାର ଜାତୀୟ ସ୍ତରୀୟ ରେଫରୀ ଭାବେ ନିୟୋଜିତ ହୋଇଥିଲେ ଓ ମାଷ୍ଟର ବାସୁ ନାଏକ ଗଞ୍ଜାମ ଜିଲ୍ଲା ତରଫରୁ ଓଡିଶା କୋଚ୍ ଭାବେ ଏହି ପ୍ରତିଯୋଗିତାରେ ଯୋଗଦେଇଥିଲେ ।ପ୍ରତିଯୋଗୀତାରେ କୃତିତ୍ୱ ଲାଭ କରିଥିବା ଖେଳାଳୀମାନେ ଆଜି ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିବା ପରେ କେ ମନୋଜ ପ୍ରଧାନ, ସୁସ୍ମିତା ଶର୍ମା, ଅନିତା ମିଶ୍ର, ଏସ୍ ଯୁଧିଷ୍ଟିର ରେଡ୍ଡୀ ତାଡକେଶ୍ୱର୍ ରେଡ୍ଡୀ , ପ୍ରଭାତ ତ୍ରିପାଠୀ, ସତ୍ୟବାନ ବେହେରା,ସ୍ଥାନୀୟ ଅଭିଭାବକକଙ୍କ ସହ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ ।