୨୯ଟି ମନ୍ଦିରରେ ହେବନାହିଁ ରଥଯାତ୍ରା
ଭୁବନେଶ୍ବର: ଏବେ ବି ପୁରୀ ରଥଯାତ୍ରାକୁ ନେଇ ଲାଗି ରହିଛି ଅନିଶ୍ଚିତତା । ମାମଲା ଏବେ ସୁପ୍ରିମକୋର୍ଟରେ। କରୋନା ସଂକ୍ରମଣ ପାଇଁ ରାଜ୍ୟର ୬ ଜିଲ୍ଲାର ୨୯ଟି ମନ୍ଦିରରେ ରଥଯାତ୍ରା ହେବ ନାହିଁ ନିଷ୍ପତ୍ତି ହୋଇଛି । କେବଳ ମନ୍ଦିର ପରିସରରେ ରଥଯାତ୍ରା ରୀତିନୀତି ସମ୍ପନ୍ନ କରାଯିବ। ଏହା ମଧ୍ୟରେ ରହିଛି ବଲାଙ୍ଗିର, ଗଜପତି ଓ କନ୍ଧମାଳର ୨ଟି ଲେଖାଏଁ ମନ୍ଦିର, ମୟୂରଭଞ୍ଜ ଜିଲାର ୬ଟି, ସମ୍ବଲପୁର ଜିଲାର ୫ଟି ଓ ବାଲେଶ୍ବର ଜିଲାର ୧୨ଟି ମନ୍ଦିର । ଏଠାରେ କର୍ତ୍ତୃପକ୍ଷ ରଥଯାତ୍ରା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନା ସତର୍କତାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟର ୨୯ଟି ମନ୍ଦିରରେ ହେବନି ରଥଯାତ୍ରା। ମନ୍ଦିର ପରିସର ବାହାରେ ରଥଯାତ୍ରା ନ କରିବାକୁ କଡା ନିର୍ଦ୍ଦେଶ ହୋଇଛି । ବାଲେଶ୍ବରରେ ସର୍ବାଧିକ ୧୨ଟି ମନ୍ଦିରରେ ରଥଯାତ୍ରା ହେବନି। କନ୍ଧମାଳ, ଗଜପତି ଓ ବଲାଙ୍ଗିରରେ ୨ଟି ଲେଖାଏଁ ସ୍ଥାନରେ ହେବନି ରଥଯାତ୍ରା । ସେହିପରି ସମ୍ବଲପୁରର ୫ଟି ଓ ମୟୂରଭଞ୍ଜର ୬ଟି ସ୍ଥାନରେ ରଥଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ପରିସର ଭିତରେ ସମସ୍ତ ନୀତି ସମ୍ପନ୍ନ କରାଯିବା ନେଇ ସୂଚନା ରହିଛି।