୪ଟି ମିଡିଆ ସଂସ୍ଥା ଉପରେ କଟକଣା

ଆମେରିକାର ବିଦେଶ ବିଭାଗ ସୋମବାର କହିଛି କି ସିଏ ଚୀନର ୪ଟି ମିଡିଆ ସଂସ୍ଥା ଯେପରିକି ଚାଇନା ସେଣ୍ଟ୍ରାଲ ଟେଲିଭିଜନ, ଚାଇନା ନ୍ୟୁଜ ସର୍ଭିସ, ପିପୁଲ୍ସ ଡେଲି ଏବଂ ଗ୍ଲୋବାଲ ଟାଇମ୍ସକୁ ବିଦେଶୀ ଦୂତାବାସ ଭାବେ ମାନ୍ୟତା ଦେବାକୁ ସ୍ଥିର କରିଛି । ଏହା ପରେ ଉକ୍ତ ସଂସ୍ଥା ଗୁଡ଼ିକୁ ଆମେରିକାରେ କାର୍ଯ୍ୟରତ ନିଜର କର୍ମଚାରୀ ଏବଂ ସେଠାରେ ଥିବା ନିଜର ସମ୍ପତ୍ତି ସମ୍ପର୍କିତ ତଥ୍ୟ ବିଦେଶ ବିଭାଗକୁ ଦେବାକୁ ପଡ଼ିବ । ଆମେରିକା କହିଛି କି ଏହି ମିଡିଆ ସଂସ୍ଥା ଗୁଡ଼ିକ ଚୀନ ସରକାରଙ୍କ ସହିତ ସିଧାସଳଖ ଲିଙ୍କ ରହିଛି । ସେମାନେ ଚୀନ ସରକାରଙ୍କ ପ୍ରରୋଚନାରେ ବିଭିନ୍ନ ଦେଶ ବିରୋଧରେ ଅପପ୍ରଚାର ଚଳାଇଛନ୍ତି । ତେଣୁ ଆମେରିକୀୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଏପର୍ଯ୍ୟନ୍ତ ଚୀନର ସମୁଦାୟ ୯ଟି ମିଡିଆ ସଂସ୍ଥା ବିରୋଧରେ ଆମେରିକା ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେପଟେ ଚୀନ ଏହାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆମେରିକାକୁ ଶୀତଳ ଯୁଦ୍ଧ ସମୟର ମାନସିକତା ପରିତ୍ୟାଗ କରିବାକୁ ଆହ୍ୱାନ କରିଛି । ଚୀନ ମଧ୍ୟ ଧମକ ଦେଇଛି ଯେ ଆମେରିକା ଏଭଳି ପଦକ୍ଷେପରୁ ବିରତ ନ ହେଲେ ସିଏ ବି ତା ବିରୋଧରେ ଅନୁରୂପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ