୬ଷ୍ଟତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର, (ଅନିଲ କୁମାର):ରବିବାର ଦିନ ଦିବ୍ୟଜୀବନ ସଙ୍ଘ ଓ ପାତଞ୍ଜଳି ଯୋଗ ମହିଳା ସମିତି ଦ୍ୱାରା ଷଷ୍ଠତମ ଅନ୍ତର୍ଜାତୀୟ ଯୋଗ ଦିବସ ଲାଞ୍ଜିପଲ୍ଲୀ କାଞ୍ଜିୟମା ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଅଛି।ପାତାଞ୍ଜଳି ଯୋଗ ମହିଳା ସମିତିର ସମ୍ପାଦକ ଯୋଗାଚାର୍ୟ ସ୍ୱାମୀ ହରିଶରଣାନନ୍ଦ ସରସ୍ବତୀ ମହାରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ଭାରତ ସରକାରଙ୍କ କରୋନା କଟକଣା କୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ରକ୍ଷା ସହ କାର୍ଯ୍ୟକ୍ରମ ହୋଇଥିଲା।ରୋଗକୁ ଭୟ ନ କରି ସାମନା କରିବା ସହ ଯୋଗ ଓ ପ୍ରାଣାୟାମ ଦ୍ୱାରା ଯେକୌଣସି ରୋଗକୁ ମାନବ କବଳିତ କରିପାରିବ ବୋଲି ସ୍ୱାମୀଜୀ ମତ ଦେଇଥିଲେ।ଓଁ ଉଚ୍ଚାରଣ ସହ ଅନୁଲୋମ ବିଲୋମ,କପାଳ ଭାତି,ଭ୍ରାମରୀ,ସୂର୍ଯ୍ୟ ନମସ୍କାର ସହ ଅନ୍ୟାନ୍ୟ ଯୋଗସନ ଦ୍ୱାରା ଶରୀର ସୁସ୍ଥ ରହିଥାଏ।ପ୍ରତିଦିନ ନିଜ ବ୍ୟସ୍ତ ବହୁଳ ଜୀବନରୁ କିଛି ସମୟ ଯୋଗାସନରେ ଦେବାକୁ ସ୍ୱାମୀଜୀ ଆହ୍ୱାନ ଦେଇଥିଲେ।ବଢିଆଓସ୍ତା ଦିବ୍ୟଜୀବନ ସଙ୍ଘ ସଭାପତି ସ୍ୱାମୀ ରାମଦାସାନନ୍ଦସରସ୍ବତୀ ପ୍ରଥମେ ଚୀନ ସହ ଲଢେଇରେ ସହୀଦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ସହ କରୋନା ରୋଗରୁ ମୁକ୍ତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନ କରିଥିଲେ।ଯୋଗେଶ୍ୱର ଭଗବାନ କୃଷ୍ଣଙ୍କ ବୃତ୍ତାନ୍ତ ଦେବାସହ”ଯୋଗସ୍ଥରୁ କର୍ମାଣି” ଅର୍ଥାତ ଯୋଗ ସହ ନିଜ କର୍ମ ସଦାବେଳେ କରିବାକୁ ସ୍ୱାମୀଜୀ କହିଥିଲେ।ଏହି କାର୍ଯ୍ୟକ୍ରମର ଆବାହକ ଯୁବ ସମାଜସେବୀ ସଂକେତ କୁମାର ଦାଶ ସ୍ୱାମୀ ଶିବାନନ୍ଦ ଓ ବାବା ରାମଦେବଙ୍କ ପ୍ରଦତ୍ତ ଯୋଗସନକୁ ଅବଗତ କରାଇବା ସହ ମାନସିକ ଓ ଶାରୀରିକ ଜ୍ଞାନର ସାମଞ୍ଜସ୍ୟ ଓ ଅଷ୍ଟାଙ୍ଗ ଯୋଗ ବିଷୟରେ ଯୁବପିଢ଼ିଙ୍କୁ ଆଲୋକପାତ କରି ଦେଖାଇଥିଲେ ।ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମ ଦ୍ୱାରା ସାରା ବିଶ୍ୱରେ ଆଜକୁ ଛ’ଅ ବର୍ଷ ହେବ ଯୋଗ ଦିବସ ପାଳନ କରାଯାଉଅଛି ଓ ଭାରତ ବିଶ୍ୱରେ ବନ୍ଦନୀୟ ହୋଇପାରିଛି ବୋଲି ସେ କହିଥିଲେ।ସେହିପରି ଅକ୍ଷୟ କୁମାର ରଥ ପ୍ରାଣୟମ ଦ୍ୱାରା ମାନସିକ ସ୍ଥିର ହୁଏ ବୋଲି କହିଥିଲେ। ଅନୁଲୋମ ବିଲୋମ ତଥା ଭ୍ରାମରୀ ପ୍ରାଣୟମ ଦ୍ୱାରା ମନରେ ଶାନ୍ତି ସହ ଶରୀର ସୁସ୍ଥ ଥାଏ।୨୦୦୮ ମସିହାରୁ ସମିତି ଦ୍ୱାରା ନିତ୍ୟ ଯୋଗ ହୋଇଆସୁଥିବା ବେଳେ କରୋନା କଟକଣା ଯୋଗୁଁ ସୀମିତ ସଂଖ୍ୟକ ସଦସ୍ୟଙ୍କୁ ନେଇ ଏହି ବର୍ଷ ପାଳନ ହୋଇଥିବା କାର୍ଯ୍ୟକ୍ରମରେ ପାତାଞ୍ଜଳି ଯୋଗ ମହିଳା ସମିତି ଲାଞ୍ଜିପଲ୍ଲୀ ର ସହ ସମ୍ପାଦକ ସାମ୍ବାଦିକ ସୁଦୀପ ସାହୁ, ସଭାନେତ୍ରୀ ଭାନୁମତି ଦୋରା,ଉପ ସଭାନେତ୍ରୀ ଶାରଦା ପାଣିଗ୍ରାହୀ,କାଳିଆ ପଣ୍ଡା,କାନ୍ତାମା ପାତ୍ର,ରାମକୃଷ୍ଣ ରଥ,ରାଧାମ୍ମା,ରେଣୁବାଲା ସାହୁ,ସରସ୍ବତୀ ପାତ୍ର,ଦମୟନ୍ତି,ରାଧା,କୁନି ପାତ୍ର,ମୀରା ରଥ,ସୁବାସୀନି ପଟ୍ଟନାୟକ,ରଞ୍ଜିତା, ରୀନା ପଣ୍ଡା,କୁମାରୀ ମହାରଣା ବି.ଚନ୍ଦ୍ରଶେଖର ରେଡ୍ଡୀ(କାହ୍ନା)ଙ୍କ ସହ ସମସ୍ତ ସଦସ୍ୟ ତଥା ଦିବ୍ୟଜୀବନ ସଂଘ ର ସନାତନ ଜେନା,ଅମର ଜେନା, ସୀତାରାମ ଆଚାର୍ଯ୍ୟ,ପପୁନା ସ୍ୱାଇଁ,ଦଣ୍ଡପାଣି ରଣା ପ୍ରମୁଖ ଯୋଗ ଦେଇଥିଲେ।ଶେଷରେ “କର ଯୋଗ ରୁହ ନିରୋଗ”ସ୍ଲୋଗାନ ସହ ସମୋତ୍ତମ ଯୋଗ ଉଚତେ ପାଇଁ ଆହ୍ୱାନ ଦିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ