ଅଁରା ଗ୍ରାମରେ ଅଗ୍ନିକାଣ୍ଡ, ଜଳିଗଲା ୩ବଖରା ଚାଳଘର

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ଅଁରା ଗ୍ରାମରେ ଆଜି ଦିନ ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟି ଗ୍ରାମର କୋଦ ମୁଣ୍ଡା ଙ୍କ ତିନି ବଖରା ଘର ସଂପୂର୍ଣ୍ଣ ଜଳିପୋଡ଼ି ଭସ୍ମୀଭୂତ ହୋଇଯାଇଛି। ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ପରିବାର ଲୋକେ ଘରେ ଶୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା। ପରିବାର ଲୋକେ ଜୀବନ ବଞ୍ଚାଇବାକୁ ଯାଇ ଘରୁ ବାହାରକୁ ବାହାରି ଆସିଥିବା ବେଳେ କୌଣସି ଗୋଟିଏ ବି ସାମଗ୍ରୀ ଉଦ୍ଧାର କରିପାରି ନଥିଲେ। ଫଳରେ ଘରେଥିବା ଧାନ, ଚାଉଳ ଓ ଗୃହୋପକରଣ ସାମଗ୍ରୀ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ହାଟଡ଼ିହିରୁ ଦମକଳ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। ଏଥିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଭସ୍ମୀଭୂତ ହୋଇଯାଇ ଥିବା ଆକଳନ କରାଯାଇଛି। ଅଗ୍ନିକାଣ୍ଡରେ ପରିବାରଟି ବେସାହାରା ହୋଇପଡିଛନ୍ତି। ତୁରନ୍ତ ସେମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ