ମରେଇଗାଁ ସମବାୟ ସମିତିର ବୈଠକ
ହାଟଡିହି (ଓ୍ବାଇଏନଏସ): ମରେଇଗାଁ ସେବା ସମବାୟ ସମିତିର ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ଶରତ କୁମାର ସେଠୀଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ସଭାପତି ଜଳଧର ମହାପାତ୍ର, ଉପ ସଭାପତି ମିନତୀ ଦାସ, ପୂର୍ବତନ ସଭାପତି କୀର୍ତ୍ତନ ବିହାରୀ ଭୋଳ, ଧୁଶାସନ ସାହୁ, ପ୍ରଭଞ୍ଜନ ଦାସ, ପଞ୍ଚାନନ ପଣ୍ଡା, ସନ୍ତୋଷ ବାରିକ, ଗୋପାଳ ଘଡେଇ ଶ୍ରୀଧର ଦାସ, ଚାଷୀ ସନ୍ତୋଷ ଜେନା, ଅମର ସେଠୀ ଆଲୋକ ଗିରି, ରାଜେନ୍ଦ୍ର ପହି, ଶରତ ପହି, ଖିରୋଦ ରାଉତଙ୍କ ସମେତ ଅନେକ ଚାଷୀ ଯୋଗଦେଇଥିଲେ। ଏହି ବୈଠକରେ ଚାଷୀଙ୍କୁ ଋଣ ପ୍ରଦାନ ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା ହୋଇଥିଲା। ବିଶେଷକରି ସରକାରଙ୍କ ତରଫରୁ ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଉଥିବା ଚାଷ ଋଣ ପ୍ରଦାନ କରିବା ସହିତ ଚାଷୀମାନେ କିପରି ଉନ୍ନତ ପ୍ରଣାଳୀରେ ଚାଷ କରି ଲାଭବାନ ହେବେ ସେଥିପାଇଁ ସମସ୍ତ ସହଯୋଗ କରିବାକୁ ସମବାୟ ସମିତି ପ୍ରସ୍ତୁତ ଅଛି ବୋଲି ସମ୍ପାଦକ କହିଥିଲେ। ସେହିପରି ବକେୟା ଋଣ ଆଦାୟ ଉପରେ ମଧ୍ୟ ଗୁରୁତର ସହ ଆଲୋଚନା ହୋଇଥିଲା। ସମିତି ପକ୍ଷରୁ ଏକ କମିଟି ଗଠନ କରାଯାଇ ଋଣ ପ୍ରଦାନ ଓ ବକେୟା ଋଣ ଆଦାୟ ସମ୍ପର୍କରେ ଗାଁ ଗାଁ ବୁଲି ସଚେତନ କରିବାକୁ ନିଷ୍ପତି ହୋଇଥିଲା।


