ଅଁରା ଗ୍ରାମର ଯୁବକଙ୍କ ସନେ୍ଦହ ଜନକ ମୃତୁ୍ୟ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଅଁରା ଗ୍ରାମର ଜଣେ ଯୁବକଙ୍କ ସନେ୍ଦହ ଜନକ ମୃତୁ୍ୟ ଘଟିଛି । ଯୁବକଙ୍କ ନାମ ରାଜେନ୍ଦ୍ର ପରିଡା । ସେ ବିବାହିତ ହୋଇଥିବାବେଳେ ତାଙ୍କର ଦୁଇଟି ଛୋଟ ଛୋଟ ପୁଅ ଅଛନ୍ତି । ସେ ରାଜ୍ୟ ବାହାରେ ରହି କାମଦାମ କରୁଥିବାବେଳେ ଗାଁର ଅନ୍ୟ ଜଣେ ମହିଳାଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ପରିବାର ଭିତରେ ଅଶାନ୍ତି ସୃଷ୍ଟି ହୋଇ ଥାନା ପର୍ଯ୍ୟନ୍ତ କଥା ଯାଇଥିଲା । ସେ ଗତ କିଛିଦିନ ହେଲା ନିଜ କର୍ମକ୍ଷେତ୍ରକୁ ପଳାଇ ଥିବାବେଳେ ଗତ ୪ଦିନ ତଳେ ସେ ଆସି ଯାଜପୁରର ଗୋପବନ୍ଧୁ ଛକରେ ଥିବା ଏକ ଲଜରେ ରହିଥିଲା । ଗତକାଲି ସେ ରହୁଥିବା ରୁମରୁ ଦୁର୍ଗନ୍ଧ ବାହାରିବାରୁ ଲଜ କର୍ତ୍ତୁପକ୍ଷ କବାଟ ଖୋଲି ତାଙ୍କ ମୃତଦେହ ଉଦ୍ଧାର କରିଥିଲେ । ତାଙ୍କ ଆଧାର କାର୍ଡରୁ ତାଙ୍କ ପରଚୟ ପାଇ ପରିବାର ଲୋକଙ୍କୁ ଜଣାଇବାପରେ ଗତକାଲି ରାତିରେ ପରିବାର ଲୋକେ ଯାଜପୁରରେ ପହଞ୍ଚି ଶବ ଚିହ୍ନଟ କରିବାପରେ ଆଜି ପୋଷ୍ଟମଟମ କରାଇ ଶବକୁ ଗାଁକୁ ଆଣିଥିଲେ । ଗାଁରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି । ସେ ମାନସିକ ଅଶାନ୍ତିରୁ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପରିବାର ଲୋକେ ସନେ୍ଦହ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ