ଅଂଗନବାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି
କୁକୁଡାଖଣ୍ଡି, (ଓ୍ବାଇଏନ୍ଏସ୍):ଜୁନ ପହିଲାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛି କୁକୁଡାଖଣ୍ଡି ବ୍ଲକ ଅଗଂନଓ୍ବାଡି କର୍ମୀସଂଘ ।ଜିଲ୍ଲା ସମାଜ ମଗଂଳ ଅଧିକାରୀଣି ଜିଲ୍ଲାରେ ସମସ୍ତ ଅଂଗନବାଡି କେନ୍ଦ୍ର କୁ ୩ଟି ଏସଏଜି ଦ୍ବାରା ଅଣ୍ଡା ବଣ୍ଟନ କରିବାକୁ ନେଇଥିବା ନିଷ୍ପତ୍ତି କୁ ପ୍ରତ୍ୟାହାର ପାଇଁ ସଂଘ ଦାବି କରିଛି।ଅଂଗନବାଡି କେନ୍ଦ୍ରରେ ଦୈନିକ ଖାଦ୍ୟର ୭.୭୦ ଟକାଂରୁ ପ୍ରତି ଅଣ୍ଡାର ମୂଲ୍ୟ ୪.୯୦ ପଇସା ବାଦ ପଡିବା ପରେ ୨.୮୦ ପଇସା ଜଳଖିଆ ଓ ଅନ୍ୟାନ୍ୟ ବାବଦକୁ ଖର୍ଚ ହେଉଛି। ସଂଘ ଦାବି କରିଛି ଏସଏଜି ଦ୍ବାରା ଅଣ୍ଡା ନୁହଁ ସମସ୍ତ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାକୁ ଦାବି କରିଛନ୍ତି।ଏହାକୁ ସମର୍ଥନ କରି କୁକୁଡାଖଣ୍ଡି ଆଇସିଡିଏସ ଅଂଗନବାଡି ନିଖିଳ ଓଡିଶା ଅଂଗନବାଡିକର୍ମୀ ଓ ଲେଡିସ ୱା୍ର୍କସ ଏସୋସିଏସସନର ସଭାନେତ୍ରୀ ମାଣିକେଶ୍ବରୀ ପଟ୍ଟନାୟକ, ସଂପାଦିକା ସୁଦେଷ୍ନା ପଟ୍ଟନାୟକ,ସଂଜୁକ୍ତା ସାହୁ,ପ୍ରମିଳା ଜେନା,କେ.ରାଧାରାଣୀ ,ପି.ଶୁସିଳା,ଭାନୁମତି ୟାଦବ,ଲତିକା ସାହୁ,ଡି.ରୁକୁଣୀ ଦେବୀ ପ୍ରମୁଖ ଗଂଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ କୁକୁଡାଖଣ୍ଡି ବ୍ଳକ ବିଡିଓ, ସି ଡି ପି ଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏଥିରେ ଉଲ୍ଲେଖ କରିଛନ୍ତି ଯେ ତୁରନ୍ତ ଡିଏସଡବଲ୍ଯୁଙ୍କ ଏସଏଜିଦ୍ବାରା ଅଣ୍ଡା ପ୍ରଦାନ ଆଦେଶ ପ୍ରତ୍ୟାହାର କରାଯାଉ,ଏପ୍ରିଲ ଓ ମେ ମାସର ବକେୟା ବିଲ୍ ଅର୍ଥ ପ୍ରଦାନ କରାଯାଉ,ନଚେତ ସେମାନେ ଆସନ୍ତା ଜୁନ ପହିଲାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲହେବେ ବୋଲି ଧମକ ଦେଇଛନ୍ତି ।