ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁଣ୍ଟକଟାପଲ୍ଲୀ ଗ୍ରାମରେ ଜଣେ 65 ବର୍ଷୀୟ ବୃଦ୍ଧ ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ନେଇ ଅଭିଯୋଗ ହୋଇଛି I ସୂଚନା ପ୍ରକାରେ ଗ୍ରାମର ବୃନ୍ଦାବନ ନାହାକ ହଠାତ୍ ବେହୋସ ହୋଇଯିବାରୁ ତାଙ୍କୁ ପରିବାର ଲୋକେ ଆସିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ଡ଼ାକ୍ତର ବୃନ୍ଦାବନଙ୍କୁ ମୃତ ଘୋଷଣା କରିଥିଲେ I ଅଂଶୁଘାତରେ ବୃନ୍ଦାବନଙ୍କ ମୃତ୍ୟୁ ଘଟିଲା ବୋଲି ବୃନ୍ଦାବନଙ୍କ ପରିବାର ପକ୍ଷରୁ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଗାଙ୍ଗପୁର ଥାନାରେ ଅଭିଯୋଗ କରିଥିଲେ I ଏନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 11/22 ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ୍ ଆସିଲା ପରେ ହିଁ ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଆସିକା ବିଡ଼ିଓ ରୋଶନ୍ ଶତପଥି ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ