ମୁଣ୍ଡ ଗୁଞ୍ଜିବାକୁ ଘର ଟିକେ ପାଇଁ ପ୍ରଶାସନ ର ଦ୍ଵାରସ୍ତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ମାଆ ବାପା ଆଉ ପୁଅ ଦୁଇ ଝିଅ ଛୋଟ ପରିବାର ସୁଖ ଶାନ୍ତି ରେ ତେଲ ଲୁଣ ସଂସାର ଚାଲିଥିଲା । କୋମଳମତି ପୁଅ ଝିଅ ତାଙ୍କ ମନରେ ଅସରନ୍ତି ଆଶା ହୁଙ୍କି ମାରୁଥିଲା। ଆମେ ବଡହେବୁ ଭଲ ପାଠପଢ଼ି ମଣିଷ ହେବୁ, ବଡ଼ ଚାକିରି କରି ବାପା ମାଆ’ଙ୍କର ଦୁଃଖ ଦୂର କରିବୁ ଏଭଳି କିଛି ସ୍ୱପ୍ନ ଦେଖଥିଲେ ଆଶା ରଖିଥିଲେ । ହେଲେ ଆଶା ନିରାଶା ହୋଇଛି ସ୍ଵପ୍ନ ଚୂର୍ମାର ହୋଇଯାଇଛି । ଏବେ ମାଆ ବାପା ଙ୍କୁ ହରାଇ ବେସାହାରା ୩ ଅନାଥ ପିଲା । ଏଭଳି ଦେଖିବାକୁ ମିଳିଛି ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଖଳୀଙ୍ଗି ପଞ୍ଚାୟତ ଗୁଣସାଗର ଗ୍ରାମରେ । ଦିଗାମ୍ବର ଜେନା ଙ୍କ ପାରିବାର କହିଲେ ସ୍ତ୍ରୀ ଝୁମୁରି ଜେନା, ବଡ଼ପୁଅ ଓମ୍(୧୨) ଦୁଇ ଝିଅ ସାଲିନ(୧୦)ଇସାନି(୭) ଦିନ ମଜୁରିଆ ମୂଲ ଖଟି ବାପା ମାଆ ସୁଖ ଶାନ୍ତି ରେ ତେଲ ଲୁଣ ସଂସାର ଚାଲିଥିଲା।ଝୁମୁରୀ ଙ୍କ ବାପା ଘର ପାଇକ ରାମଚନ୍ଦ୍ରପୁର ଯାଇଥିଲେ, ଜମି ରେ କାମ କରୁଥିବା ବେଳେ ବିଷଧର ସାପ କାମଡାରେ ମୃତୁ ବରଣ କରିଥିଲେ । ବାପା ଦିଗାମ୍ବର ସ୍ତ୍ରୀ ର ମୃତୁ ପରେ ତିନି ପିଲାଙ୍କୁ ଲାଳନ ପାଳନ କରି ସଂସାର ଚାଲାଇ ଆସୁଥିଲେ । ହଠାତ୍ ବିସ୍ତାପ ହୋଇ କେଉଁ ଆଡେ ଚାଲିଗଲେ । ମାଆ ଦେଢ଼ ବର୍ଷ ହେଲା ଆରପାରି ଚାଲିଯାଇଥିବା ବେଳେ ବାପାଙ୍କ ମୁଁହ କୁ ଚାହିଁ ଦିନ ବିତୁଥିଲା ଏବେ ବାପା ଅସହାୟ କରି ଚାଲିଗଲେ । ଏବେ ବୃଦ୍ଧା ଅଜା ପାଇକ ରାମଚନ୍ଦ୍ରପୁର ସୁରେନ୍ଦ୍ର ପ୍ରଧାନ ତିନି ଜଣ ନାତି ନାତୁଣୀ ଙ୍କ ମୁହଁରେ ହସ ଫୁଟାଉଛନ୍ତି । ସେ ନିଜେ ବାର୍ଦ୍ଧକ୍ୟ ବୟସ ପାଖା ପାଖି ୮୦ ଟପିଲାଣି । ଦୁଃଖ କଷ୍ଟ ରେ ଝାଟି ମାଟି ଘରଟିଏ କରି ଚାହା ପାନ ଦୋକାନ କରି ତିନି ପିଲାଙ୍କୁ ଲାଳନ ପାଳନ କରି ସେମାନଙ୍କୁ ପାଠ ପଢ଼ାଉଛନ୍ତି । ହେଲେ ଅଜା ଆଉକେତେ ଦିନ ବଞ୍ଚିବେ ? ଆମକୁ ଖାଇବାକୁ ଦେବେ, ଘରନାହିଁ ରହିବୁ ଯେଉଁଠୀ ଏଭଳି ଅନେକ ପ୍ରଶ୍ନ ମନରେ ଉଙ୍କିମାରୁଛି । ସମାଜ ଆଗରେ ପାଠପଢ଼ି ଶିକ୍ଷିତ ମଣିଷ ହୋଇ ଠିଆହେବା ଆଗରୁ ବାଳୁତ ମନର ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଗଲା । ଏନେଇ ଅଜା ବେସାହାରା ଅନାଥ ଛୁଆଙ୍କୁ ଧରି ସାନଖେମୁଣ୍ଡି ବ୍ଲକ୍ ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଙ୍କ ପାଖାକୁ ଯାଇଥିଲେ । ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ଘର ଦେବାପାଇଁ ନିବେଦନ କରିଛନ୍ତି । ଏବଂ ସାନ ନାତୁଣୀ ଇସାନୀ( ୭) ଖାଦ୍ୟ ସୁରକ୍ଷା ଯୋଜନା ରେ ସାମିଲ କରିବାସହ ରାଜ୍ୟର ସକାରଙ୍କ ଯୋଜନା ଜନ୍ମ ଠାରୁ ମୃତୁ ଯାଏଁ ରହିଥିବା ବେଳେ ଅନାଥ ଶିଶୁଙ୍କୁ ପାଠ ପଢ଼ାଇବା ଆର୍ଥିକ ଅନୁଦାନ ପ୍ରଦାନ କରାଯିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଅଂଚଳ ବାସୀଙ୍କ ଦାବି ।


