ଅଂଶୁଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ ଅଭିଯୋଗ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ଥାନା ଅନ୍ତର୍ଗତ ନାଉଗାଁ ପଂଚାୟତର ବାଲିସାହି ଗ୍ରାମର ଟୁନା ବେହେରାଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ମୁତାବକ ଟୁନା ରାଜ ମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି । ସେ ଉକ୍ତ ଗ୍ରାମରେ ସୋମବାର ଦିନ ସକାଳୁ କାମ କରୁଥିବା ସମୟରେ ତାଙ୍କ ମୁଣ୍ଡ ହଠାତ ବୁଲାଇ ଦେଇଥିଲା । ସେ କାମ ପାଖରୁ ଆସି ତଳେ ବସିଯାଇଥିଲେ । ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ଥାନୀୟ ଲୋକ ଓ ପରିବାରଙ୍କ ସହାୟତାରେ ତାଙ୍କୁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହିତ ଶବ ବ୍ୟବଚ୍ଛେଦ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିବା ଜଣାଯାଇଛି । ଘରେ ତାଙ୍କର ୩ ପୁଅ ଓ ପତ୍ନୀ ଅଛନ୍ତି । ସେ ରାଜମସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କୁ ଯଥା ଶୀଘ୍ର ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ