ନାଉଗାଁ ବ୍ଲକ ଦେବସ୍ନାନ ପୂର୍ଣ୍ଣୀମା ପାଳିତ
ନାଉଗାଁ , (ଯୁଗାବ୍ଦ ନ୍ୟୁଜ୍) : ପବିତ୍ର ଦେବସ୍ନାନ ପୂର୍ଣ୍ଣୀମା ଅବସରରେ ସୋମବାର ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଏହି ଅବସରରେ ଗାରୋଇ ଗୋବର୍ଦ୍ଧନ ପୀଠ, ଅଲଣା ଧର୍ମକ୍ଷେତ୍ର, ଗୋଠଦା ମଠ, ତିହୁୁଡା-ବାଲିସାହିସ୍ଥିତ ଶ୍ରୀ ପତିତପାବନ ମନ୍ଦିର, ଚାନ୍ଦଖାଁ ପାଟଣାମଠସ୍ଥିତ ଶ୍ରୀ ବଳଦେବ ଜିୟୁ ମନ୍ଦିର, ମଝିପଡା ପତିତପାବନ ମଠ ଆଦିରେ ରୀତିନୀତି ଅନୁସାରେ ଶ୍ରୀ ଜିୟୁ ମାନଙ୍କର ପୂଜାର୍ଚ୍ଚନା କରାଯାଇ ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ସେଠାରେ ବ୍ରାହ୍ମଣ ମନ୍ତ୍ର ଧ୍ୱନିରେ ମହାପ୍ରଭୁ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ଏହି ସମୟରେ ସ୍ନାନ ମଣ୍ଡପ ନିକଟରେ ହରିବୋଲ, ହୁଳାହୁଳି ଧ୍ୱନୀ ସହିତ ନାମ ସଂକୀର୍ତନ କରାଯାଇଥିଲା । ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୋକ୍ଷ ମିଳିବା ସହିତ ଚତୁବର୍ଗ ଫଳପ୍ରାପ୍ତି ହୋଇଥାଏ । ତେଣୁ ସ୍ଥାନୀୟ ଅଂଚଳର ବହୁ ଶ୍ରଦ୍ଧାଳୁ ସ୍ନାନ ମଣ୍ଡପ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।


