ଅକରୁଆ ପଞ୍ଚାୟତରେ ଚାରିମାସର ଚାଉଳ ମିଳିନି : ଆନ୍ଦୋଳନ ଚେତାବନୀ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡ଼ିହି ବ୍ଲକ ଅକରୁଆ ପଞ୍ଚାୟତରେ ପିଡ଼ିଏସ ସାମଗ୍ରୀ ନ ମିଳିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପଂଚାୟତରେ ୧୨୪୪ ରେସନ କାର୍ଡଧାରୀ ଥିବାବେଳେ ସେମାନେ ଦୁଇମାସର ମାଗଣା ଚାଉଳ ଓ ଦୁଇ ମାସର ଟଙ୍କିକିଆ ଚାଉଳ ପାଇପାରି ନାହାନ୍ତି। ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନାହାନ୍ତି। ଚାଉଳ ବଣ୍ଟନକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଲାଗି ରହିଥିବାରୁ ନବ ନିର୍ବାଚିତ ସରପଞ୍ଚ ମଧ୍ୟ ଆଜି ପର୍ଯ୍ୟନ୍ତ ପଞ୍ଚାୟତକୁ ଯାଉ ନାହାନ୍ତି। ବର୍ତ୍ତମାନ ପଞ୍ଚାୟତରେ ଯେତିକି ଚାଉଳ ଗଛିତ ଅଛି ତାହା ସବୁ ହିତାଧିକାରୀଙ୍କୁ ହେବନି, ତେଣୁ କେହି ଚାଉଳ ବାଣ୍ଟିବାକୁ ରାଜି ହେଉ ନଥିବା କୁହାଯାଉଛି। ଯଦି ତୁରନ୍ତ ଚାଉଳ ବଣ୍ଟନ କରା ନଯାଏ ତେବେ ପଞ୍ଚାୟତବାସୀ ଆନ୍ଦୋଳନକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏ ଅଭିଯୋଗ ସମ୍ପର୍କରେ ଆଜି ଜାଣିବାକୁ ପାଇଲେ। ଦିନେ ଦୁଇଦିନ ଭିତରେ ହିତାଧିକାରୀଙ୍କୁ ଚାଉଳ ବଂଟନ ର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ