ବାତ୍ୟା ଆଶ୍ରୟସ୍ଥଳୀରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମକ୍ଡ୍ରିଲ
ହାଟଡ଼ିହି (ବିକାଶ ବିଶ୍ବାଳ) : ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ହାଟଡ଼ିହି ବ୍ଲକ ଅନ୍ତର୍ଗତ ଆମ୍ବୋ ପଞ୍ଚାୟତର କରଗୋଳା, ହାବଳେଶ୍ଵର ପଞ୍ଚାୟତର ହାବଳେଶ୍ଵର ଏବଂ ଆଇତିପୁର ପଞ୍ଚାୟତର ରତକଣାଠାରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ମକ୍ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଆମ୍ବୋ ପଞ୍ଚାୟତର କରଗୋଳା ଠାରେ କନିଷ୍ଠଯନ୍ତ୍ରୀ କ୍ଷେତ୍ରମୋହନ ମାରାଣ୍ଡିଙ୍କ ସଂଯୋଜନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା, ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଦିବ୍ୟଜ୍ୟୋତି ଦାସ , ସରପଞ୍ଚ ଅନୁରାଧା ମହାପାତ୍ର ପ୍ରମୁଖ ଯୋଗଦେଇ ବନ୍ୟା-ବାତ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବସବାସ କରୁଥିବା ଅଧୂବାସୀଙ୍କୁ ବନ୍ୟା ଓ ବାତ୍ୟା ଦାଉରୁ ନିଜ ସହ ଗୃହପାଳିତ ପଶୁପକ୍ଷୀଙ୍କୁ ନିରାପଦ ଭାବେ ସୁରକ୍ଷା ଦିଆଯାଇ ପାରିବ ସେନେଇ ଜ୍ଞାନକୌଶଳ ବାବଦରେ ଅବଗତ କରାଇଥିଲେ। ଏଥିରେ ଏନ୍.ଡି.ଆର.ଏଫ୍ ର ଟିମ ସଦସ୍ୟ ମାନେ ବିଭିନ୍ନ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ। ସେହିପରି ହାବଳେଶ୍ଵର ପଞ୍ଚାୟତରେ କନିଷ୍ଠଯନ୍ତ୍ରୀ ଧୀ ଧୀରେନ୍ଦ୍ର ମହାଳିକ ଏବଂ ଆଇତିପୁର ପଞ୍ଚାୟତ ରତକଣା ଠାରେ ସହକାରୀ ଯନ୍ତ୍ରୀ ବିଜୟ କୁମାର ମଲ୍ଲିକଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା। ଏଥିରେ ପ୍ରତି ପଞ୍ଚାୟତର ପିଇଓ, ଏଡ଼ିଓ, କମିଟି ସଦସ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।