ଅକରୁଆ, ବଞ୍ଚୋ ଓ ପଞ୍ଚୁଗୋଛିଆରେ ବିଜେଡି ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକ ଅକରୁଆ, ବଞ୍ଚୋ ଓ ପଞ୍ଚୁଗୋଛିଆରେ ବିଜେଡି ପକ୍ଷରୁ କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଅକରୁଆ ପଞ୍ଚାୟତର କାଠିଆସରା ଗ୍ରାମରେ ପଞ୍ଚାୟତ ବିଜେଡି ସଭାପତି ବିଶ୍ୱନାଥ ଖଟୁଆ ଓ ସରପଞ୍ଚ କୌଶଲ୍ୟା ସେଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ଲୋକମାନଙ୍କୁ ମାସ୍କ ବଣ୍ଟନ କରିବା ସହିତ କରୋନା ଠାରୁ କିପରି ଦୁରେଇ ରହିବା ସେନେଇ ସଚେତନ କରାଇଥିଲେ । ଏଥିରେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନା, ରବିନ୍ଦ୍ର କୁମାର ସାହୁ, ସୁଧାକର ଓଝା, ଧବଳେଶ୍ୱର ପଟ୍ଟନାୟକ, ପ୍ରଦୀପ ଜେନା, ସମିତିସଭ୍ୟ ମନୋଜ କୁମାର ଜେନା, ଗଗନ ବେହେରା, କାର୍ତ୍ତିକେଶ୍ୱର ଖଟୁଆ, ଆନନ୍ଦ ଚନ୍ଦ୍ର ନାୟକ, ବାବୁଲା ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ପରେ ବଞ୍ଚୋ ପଞ୍ଚାୟତରେ ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ଭାଗିରଥି ସେଠୀ, ସରପଞ୍ଚ ଚମ୍ପାବତୀ ପୁହାଣ ଲୋକମାନଙ୍କୁ ମାସ୍କ, ସାବୁନ ବାଣ୍ଟବା ସହ କରୋନା ପ୍ରତିଷେଧକ ନବାହାରିବା ପର୍ଯ୍ୟନ୍ତ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୁରତା ରକ୍ଷା କରିବା ଉପରେ ସଚେତନ ହେବାକୁ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ଶହେରୁ ଉର୍ଦ୍ଧ ମହିଳାଙ୍କୁ ଶାଢ଼ୀ ଓ କିଛି ପରିବାରକୁ ସପ ଆଦି ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତ, ସମାଜସେବୀ ରତିକାନ୍ତ ରାଉତ, ଚିନ୍ତାମଣୀ ରାଉତ, ପ୍ରଶାନ୍ତ ନାୟକ, ବିନୟ ନାୟକ, ଅଶାନ୍ତ ନାୟକ, ପ୍ରଭାକର ଖଣ୍ଡା, ରମେଶ ବିଶ୍ୱାଳ, ଯୁଦ୍ଧିଷ୍ଠିର ରାଉତ, ଦତ୍ତାତ୍ରୟ ରାୟସର୍ଦ୍ଦାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶତାଧିକ ପଞ୍ଚାୟତ ବାସୀ ଉପସ୍ଥିତ ଥିଲେ । ପରେ ପଞ୍ଚୁଗୋଛିଆ ପଞ୍ଚାୟତରେ ବିଜେଡି ସଭାପତି ପ୍ୟାରୀମୋହନ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସେଠୀ ଯୋଗଦେଇ ମାସ୍କ ବଣ୍ଟନ କରିବା ସହ କରୋନା ମହାମାରୀରୁ ରକ୍ଷା ପାଇବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ମାନି ଚଳିବାକୁ ପରାମର୍ଶ ଦେଇଥିଲେ । ବିଧାୟକଙ୍କୁ ଏକ ପଟୁଆରରେ ଗାଁକୁ ସ୍ୱାଗତ କରି ନିଆଯିବା ବାଟରେ ଘରଘର ବୁଲି ବିଧାୟକ ମାସ୍କ ବଣ୍ଟନ କରିଥିଲେ । ସରପଞ୍ଚ ଜାନକୀ ଓଝା, ମକରଧ୍ୱଜ ଓଝା, କୃଷ୍ଣ ଚନ୍ଦ୍ର ପୋଥାଳ, ସୁଦାମ ଜେନା, ଗୁଗୁଲୁ ଦେହୁରୀ, ସନ୍ତୋଷ ପଣ୍ଡା, ସୁରଥ ଦାସ, ଧନେଶ୍ୱର ଓଝା, ଶଶିକାନ୍ତ ପଣ୍ଡା, ଦୁସ୍ମନ୍ତ ମଲ୍ଲିକ, ସତ୍ୟାନନ୍ଦ ଜେନା, ଦୀନବନ୍ଧୁ ସାହୁ, ଆନନ୍ଦ ଜେନା, ଫକିର ଚରଣ ବେହେରା, ପୁର୍ବତନ ସରପଞ୍ଚ ଗୋଲେଖ ସେଠୀ, ଶିବ ସୁନ୍ଦର ସତପଥିଙ୍କ ସମେତ ଶତାଧିକ ପଞ୍ଚାୟତବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ