ଅକରୁଆ ସ୍କୁଲର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଉଦଯାପିତ
ହାଟଡିହି, (ବିକାଶ ବିଶ୍ୱାଳ ) : ଅକରୁଆ ଗ୍ରାମରେ ଥିବା ବ୍ରାହ୍ମଣୀଦେବୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ଉଦଯାପିତ ହୋଇଯାଇଛି। ଦୁଇଦିନ ଧରି ଅନୁଷ୍ଠିତ ଏହି ଉତ୍ସବ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭୀମନ୍ୟୁ ସାହୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଦୌଡ଼, ଗଣିତ ଦୌଡ଼, ମ୍ୟୁଜିକ ଚେୟାର, ସର୍ଟଫୁଟ, ଡିସ୍କସ, ରଙ୍ଗୋଲି, କ୍ରିକେଟ ଆଦି ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ଆଜି ଉଦଯାପନି ଦିବସ ରେ ମୁଖ୍ୟ ଅତିଥି ଭାବେ ସିଆରସିସି ନିହାର ରଞ୍ଜନ ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଭିନ୍ନ ଖଟୁଆ ପ୍ରମୁଖ ଯୋଗଦେଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ସହିତ କ୍ରୀଡ଼ାର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଚମ୍ପିୟାନ ହୋଇଥିବା ଗୀତାରାଣୀ ଜେନା, ପ୍ରଦୀପ ମହାନ୍ତି ଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ବିଭିନ୍ନ ବିଭାଗ ରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। କ୍ରୀଡା ଶିକ୍ଷକ ଅନାମ ଚରଣ ସାମଲ ଖେଳ ପରିଚାଳନା କରିଥିବା ବେଳେ ଶିକ୍ଷକ ବିଶ୍ୱମ୍ବର ସାହୁ, ଶିକ୍ଷୟତ୍ରୀ ସରସ୍ୱତୀ ଜେନା, ଅନ୍ନପୂର୍ଣ୍ଣା ପାଣିଗ୍ରାହୀ, ମୋନାଲିସା ଦାସ, ଅନିତା ରାଉତ, ଓମ ଶାନ୍ତି ଜେନା, ଅସପେୟାର ଶିକ୍ଷକ ଖଗେଶ୍ୱର ମଲ୍ଲିକ, ଅନିଲକାନ୍ତ ଓଝା, ଲୋପାମୁଦ୍ରା ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।