ଅକ୍ଟୋବର ୨ ହଳଦିଆପଦର ବସଷ୍ଟାଣ୍ଡକୁ ଗଡିବ ବସ୍

ବ୍ରହ୍ମପୁର,(ଯୁଗାବ୍ଦ ନୁ୍ୟଜ୍): ହଳଦିଆ ପଦର ଠାରେ ନିର୍ମିତ ହୋଇଥିବା ନୂତନ ବସଷ୍ଟାଣ୍ଡ ଅକ୍ଟୋବର ୨ ତାରିଖ ଠାରୁ କାର୍ଯ୍ୟକ୍ଷମ ହେବ । ଓଡିଶା ମଧ୍ୟରେ ଚଳାଚଳ କରୁଥିବା ଆନ୍ତଜିଲ୍ଲା ବସ୍ ଓ ଆନ୍ତରାଜ୍ୟବସ ଗୁଡିକ ହଳଦିଆପଦର ବସଷ୍ଟାଣ୍ଡ ଦେଇ ଗନ୍ତବ୍ୟ ସ୍ତଳିକୁ ଗତି କରିବ । କିନ୍ତୁ ଗଂଜାମ ମଧ୍ୟରେ ଚଳାଚଳ କରୁଥିବା ବସ ଗୁଡିକ ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡ ରେ ରହିବ ନଚେତ ହଳଦିଆ ପଦର ବସଷ୍ଟାଣ୍ଡରେ ଉପଯୁକ୍ତ ଦେୟ ପ୍ରଦାନ କରି ରହିପାରିବେ । ଅନ୍ୟ କୈାଣସି ସ୍ଥାନରେ ରହିଲେ ସେମାନଙ୍କ ବିରୋଦ୍ଧରେ କାର୍ଯ୍ୟନୁÂାନ ହେବ । ହରିଡାଖଣ୍ଡି ଠାରୁ ହଳଦିଆପଦର ପର୍ଯ୍ୟନ୍ତ ଅନ୍ଧପସରା ରାସ୍ତାକୁ ପ୍ରଶସ୍ତ କରାଯିବ ।ହଳଦିଆପଦର ବସଷ୍ଟାଣ୍ଡ ରୁ ୧୦ ଗୋଟି ବସ୍ ଟାଉନ୍ର ତିନିଗୋଟି ରାସ୍ତା ଦେଇ ଯାତ୍ରୀ ବହନ କରିବେ । ଏହି ବସ୍ ମାନଙ୍କ ମଧ୍ୟରୁ ହଳଦିଆପଦର ଫ୍ଲାଇଓଭର ହୋଇ ଯାତାୟତ କରିବ ।ଅନ୍ୟ ଦୁଇଟି ହଳଦିଆ ପଦର ଲାଞ୍ଜିପଲ୍ଲୀ ହୋଇ ସହର ମଧ୍ୟକୁ ଯାତା୍ରତ କରିବ । ଏହି ବସ୍ ଗୁଡିକରେ ଉପଗ୍ରହ ସଂଯୋଗୀକରଣ ହେବ । ଏହା ନିରୂପିତ ରାସ୍ତାରେ ନଗଲେ ଆପେ ବନ୍ଦ ହୋଇଯିବ । ବ୍ରହ୍ମପୁର ସହରରେ ଦିନକୁ ଦିନ କୋଳାହଳ ସମେତ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି ।ଭିଡ ନିୟନ୍ତ୍ରଣ କରିବାକୁ ଯାତ୍ରୀବାହି ବସ୍ ଚଳାଚଳ ସୀମିତ କରିବ ଅପରିହାର୍ଯ୍ୟ । ହଳଦିଆପଦର ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ପାଇଁ ବ୍ରହ୍ମପୁର ମହାନଗର ନିଗମ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଜନ ସାଧାରଣ ଙ୍କ ସହଯୋଗ କାମନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ