ଅକ୍ଷମ ସେବା ସଙ୍ଗଠନ ପକ୍ଷରୁ ତାଲିମ ଶିବିର

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଅକ୍ଷମ ସେବା ସଙ୍ଗଠନ ପକ୍ଷରୁ ବନ୍ତସ୍ଥିତ ଦୈନିକ ହାଟ ପଡିଆ ଠାରେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫିନାଇଲ ଓ ବଢି କିପରି ପ୍ରସ୍ତୁତ କରାଯାଇ ଆତ୍ମନିର୍ଭରଶୀଳ ହୋଇପାରିବେ ସେ ସଂପର୍କରେ ଟ୍ରେନର ସୁବାଷ ଚନ୍ଦ୍ର ବିଶ୍ୱାଳ ତାଲିମ ପ୍ରଦାନ କରିଥିଲେ । ଶିବିରରେ ଦିବ୍ୟ।।ଙ୍ଗ, ବୃଦ୍ଧବୃଦ୍ଧା, ସ୍ୱାମୀ ପରିତ୍ୟକ୍ତା, ବିଧବାଙ୍କୁ ମିଶାଇ ମୋଟ ୩୦ ଜଣ ତାଲିମ ନେଇଥିଲେ । ବ୍ଲକ ସାଧାରଣ ସଂପାଦକ ମନ୍ମଥ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶିବିରରେ କୋଷାଧ୍ୟକ୍ଷା ରଞ୍ଜିତା ଜେନା, ଉପସଭାପତି ସୁବାଷ ଚନ୍ଦ୍ର ଧଳ, ସୂର୍ଯ୍ୟମଣି ବିଶ୍ୱାଳ, ପ୍ରଦୀପ ବେହେରାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ