ଜିଆଇଇଟିରେ ଏୟାର କ୍ରାଫ୍ଟ ଏଭିଓନେକ୍ସ ନେଭିଗେସନ ଆଣ୍ଡ ସେଫ୍ଟୀ ସିଷ୍ଟମ୍ସର ଦିନିକିଆ କର୍ମଶାଳା

ଗୁଣୁପୁର,(ୱାଇଏନଏସ): ଜିଆଇଇଟି ବିଶ୍ୱବିଦ୍ୟାଳୟର କଲେଜ ଅଫ ଏରୋନେଟିକାଲ ଇଞ୍ଜିନିୟରିଙ୍ଗ୍ ବିଭାଗ ପକ୍ଷରୁ ଏୟାର କ୍ରାଫ୍ଟ ଏଭିଓନେକ୍ସ, ନେଭିଗେସନ ଆଣ୍ଡ ସେଫ୍ଟୀ ସିଷ୍ଟମ୍ସ ସଂପର୍କୀୟ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି।ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ହାଇଦ୍ରାବାଦ ସ୍ଥିତ ମ୍ୟାଗ୍ନିମ୍ ଡାଇନାମିକ୍ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଆଶିଷ କୁମାର ବେହେରା ଯୋଗ ଦେଇ ଏୟାର କ୍ରାଫ୍ଟ ଆଭିଏନିକ୍ସ ସିଷ୍ଟମ ଏବଂ ଆଧୁନିକ ନାଭିଗେସନ୍ ଟେକ୍ନୋଲୋଜି ବିଷୟରେ କହିବା ସହ ବିମାନ ସୁରକ୍ଷା ବ୍ୟବସ୍ଥା, ଆଧୁନିକ ଏବଂ ଡିଜିଟାଲ୍ ଯନ୍ତ୍ରପାତି ପ୍ରଣାଳୀ ସହ ବିମାନ ଚଳାଚଳ କ୍ଷେତ୍ରରେ କ୍ୟାରିୟର ସୁଯୋଗ ବିଷୟରେ ଆଲୋକପାତ କରିଥିଲେ। ବିଶ୍ୱବିଦ୍ୟାଳୟର ଉପ କୁଳପତି ଡ ଏ ଭି ଏନ୍ ଏଲ୍ ଶର୍ମା ଯୋଗ ଦେଇ ବେସାମରିକ ବିମାନ କ୍ଷେତ୍ରରେ ଭବିଷ୍ୟତ ଏବଂ ଏହାର ଚାହିଦା ବିଷୟରେ ଆଲୋକପାତ କରିଥିଲେ। ପରୀକ୍ଷା ନିୟନ୍ତ୍ରକ ଡ ପି ବିଜୟ କୁମାର ମଞ୍ଚାସିନ ଥିଲେ। କଲେଜ ଅଫ ଏରୋନେଟିକାଲ ଇଞ୍ଜିନିୟରିଙ୍ଗ୍ ବିଭାଗର ତାଲିମ ପରିଚାଳକ ତଥା ବିଭାଗୀୟ ମୁଖ୍ୟ ରଶ୍ମି ରଞ୍ଜନ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଗୌତମ କୁମାର ସୋନି ଧନ୍ଯବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ