ଅକ୍ଷୟ ତୃତୀୟା ପାଳନ ଅବସରରେ ବାଲ୍ୟ ବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷ ରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ଅକ୍ଷୟ ତୃତୀୟା ପାଳନ ଅବସରରେ ବାଲ୍ୟ ବିବାହ ନିରାକରଣ ସଚେତନତା ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମ ରେ ସାନଖେମୁଣ୍ଡି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଅର୍ଚ୍ଚନା କହଁର ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେଉପାଧକ୍ଷ ରିଙ୍କି ନାୟକ, ରାସାୟନିକ ବିଜ୍ଞାନ ଅଧ୍ୟାପକ ଡ କୈଳାଶ ଚନ୍ଦ୍ର ସ୍ୱାଇଁ, ୱାନ ଷ୍ଟପ ସେଣ୍ଟର୍ ବ୍ରହ୍ମପୁର ପ୍ରତିନିଧି, ଅତିରିକ୍ତ ବ୍ଲକ ବିଡ଼ିଓ ବୈଜୟନ୍ତି ମୁଣ୍ଡା, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଉପସ୍ଥିତଥିଲେ I ବ୍ଲକ ଉପାଧ୍ୟକ୍ଷ ଶ୍ରୀମତୀ ନାୟକ ବାଲ୍ୟ ବିବାହ ରେ କରଣ ଓ ନିରାକରଣ, ଗ୍ରାମ ସ୍ତରୀୟ ସଚେତନା ର ପ୍ରଭାବ, ବାଲ୍ୟ ବିବାହ ନିରୋଧ ସମ୍ବର୍ଦ୍ଧିୟ ବିଭିନ୍ନ ଆଇନ ବିଷୟରେ ଆଲୋକପାତ କରିଥିଲେ I ବାଲ୍ୟ ବିବାହ କରିବା ବା କରାଇବା ଦ୍ୱାରା ସମାଜ ରେ କୁ।ପ୍ରଭାବପଡୁଥିବା ଓ ଶିଶୁ ମାନଙ୍କ ହେଉଥିବା ସମସ୍ୟା ଗୁଡିକ ଆଲୋଚନା କରିଥିଲେ I ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ରେ ପରିଚାଳିତ ହେଉଥିବା ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଆଲୋଚନା କରିବା ସହ ବିଭିନ୍ନ ଉଦାହରଣ ମଧ୍ୟ ଦେଇଥିଲେ I ପିଲାମାନଙ୍କ ବିକାଶ ରେ ଶିକ୍ଷାର ଭୂମିକା ବିଷୟରେ ସହକାରୀ ଶିକ୍ଷା ଅଧିକାରୀ ଜଣାଇଥିଲେ I ଉକ୍ତ ବୈଠକ ରେ ସମସ୍ତ୍ ଜନପ୍ରତିନିଧି, ବିପିଏମ୍, ସୁପରଭାଇଜର, କିଶରୀ ବାଳକ ଓ ଶପଥ ପାଠ କରାଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l


