ଗୈାତମୀରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଚାଷୀସଭା କାର୍ଯ୍ୟକ୍ରମ ଅନୁଷ୍ଠିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବ୍ରହ୍ମପୁର ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଗୌତମୀ ଶେଚାଞ୍ଚଳର ୭ ଗୋଟି ପାଣିପଞ୍ଚାୟତ କର୍ମକର୍ତ୍ତା ଚାଷୀ , କାଡା ଏବଂ ଜଳସେଚନ ବିଭାଗ କର୍ମକର୍ତ୍ତାଙ୍କ ଉପସ୍ଥିତିରେ କେଦାରପୁର ଶିବମନ୍ଦିର ପ୍ରାଙ୍ଗଣରେ ଏକ ଚାଷୀ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଚାଷୀମାନଙ୍କର ଜମିକୁ ସଠିକ ଭାବେ ଜଳସେଚନ , ଚାଷୀର ଆଦାୟ ଧାନ ସହ ଅନ୍ୟାନ୍ୟ ଫସଲରକୁ ସଠିକ ଭାବେ ବିକ୍ରୟ , ବିଶେଷ କରି ରାସାୟନିକ ସାର ପରିବର୍ତ୍ତେ ଜୈବିକ ସାର ର ପ୍ରୟୋଗ , ସର୍ବୋପରି ପାଣିପଞ୍ଚାୟତ ଗୁଡିକୁ ସଶକ୍ତ କରି ସମସ୍ତ ଚାଷ ସମ୍ପର୍କିତ କାର୍ଯ୍ୟ ପାଣିପଞ୍ଚାୟତ ମାଧ୍ୟମରେ କାର୍ଯ୍ୟକାରିତା ପାଇଁ ନିର୍ଦ୍ଧାରଣ ଗ୍ରହଣ କରାଗଲା | ଏତତ ଜନିତ ଚିଠା ପ୍ରସ୍ତୁତି।କରି ସ୍ୱୀକୃତି ପାଈଁ ସରକାରଙ୍କ ନିକଟକୁ ଜଳସେଚନ ବିଭାଗ ମାଧ୍ୟମରେ ପ୍ରେରଣ ପାଇଁ ନିଷ୍ପତ୍ତି ନିଆଗଲା। ଏଥିରେ ଜଳସେଚନ ବିଭାଗ (କାଡା )ନିର୍ବାହୀଯନ୍ତ୍ରୀ ରବିନାରାୟଣ ମହାପାତ୍ର, ସହକାରୀ ନିର୍ବାହୀଯନ୍ତ୍ରୀ ଜଗନ୍ନାଥ ଦାସ , ସହାୟକ ଯନ୍ତ୍ରୀ ଶଙ୍କର ବେହେରା , ତ୍ରିଲୋକେଶ୍ୱର ନାୟକ ଚାଷୀ ମାନଙ୍କର ସଠିକ ଜଳ ପରିଚାଳନା ପାଈଁ ସଚେତନ କରାଇଥିଲେ |ଏଥିରେ ଗୌତୁମି ଶେଚାଞ୍ଚଳର ସମସ୍ତ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା | ସ୍ଵପ୍ନେଶ୍ଵର ପାଣିପଞ୍ଚାୟତର ସଭାପତି ଯୋଗେନ୍ଦ୍ର ସ୍ୱାଇଁ , ଖଲିଙ୍ଗି ପାଣିପଞ୍ଚାୟତ ସଭାପତି ଅରବିନ୍ଦ ନାହକ , ଭୁଡ଼ିକି ପାଣିପଞ୍ଚାୟତ ସଭାପତି କୈଳାସ ପାତ୍ର , ସରପଞ୍ଚ ଧୋବା ସ୍ୱାଇଁ , ପୂର୍ବତନ ସରପଞ୍ଚ ସୁଶାନ୍ତ ସ୍ୱାଇଁ ,ଦୟାନିଧିପୁର ପାଣିପଞ୍ଚାୟତ ସଭାପତି ବିଜୟ ଭୂୟାଁ , ସାଧୁ ନାହକ ସମେତ ବରିଷ୍ଠ ଚାଷୀ ଓ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଆଲୋଚନା କରିଥିଲେ ।


