ଅକ୍ଷୟ ସଂଗୀତ ସନ୍ଧ୍ୟା – ୨୦୨୫ ଅନୁଷ୍ଠିତ
ବ୍ରହ୍ମପୁର,(ୱାଇଏନଏସ): ଓମ୍ ଶ୍ରୀ ମ୍ୟୁଜିକ୍ ର ଆନୁକୂଲ୍ୟରେ ସଂଗୀତ ସମ୍ରାଟ ଅକ୍ଷୟ ମହାନ୍ତିଙ୍କ ୮୮ ତମ ଜୟନ୍ତୀ ଉପଲକ୍ଷେ “ଅକ୍ଷୟ ସଂଗୀତ ସନ୍ଧ୍ୟା ୨୦୨୫” ଅନୁଷ୍ଠିତ ହୋଇଯାଇଛି ସ୍ଥାନୀୟ ଗଂଜାମ କଳା ପରିଷଦର ରଙ୍ଗମଞ୍ଚରେ । ଅକ୍ଷୟ ମହାନ୍ତିଙ୍କ ଫଟୋରେ ପୁଷ୍ପମାଲ୍ୟ , ଧୂପ ପ୍ରଦାନ କରି ଶ୍ରୀ ସୁବୋଧ ପଟ୍ଟନାୟକ , ମନୋଜ ଦଣ୍ଡପାଟ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ପରେ ପରେ କୃଷ୍ଣଚନ୍ଦ୍ର ପଣ୍ଡା ଓ ଅଶ୍ଵିନୀ ମହାପାତ୍ର ଅକ୍ଷୟ ମହାନ୍ତିଙ୍କ ସଂଗୀତ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଲା ପରେ ଅକ୍ଷୟଙ୍କ ଚିରସବୁଜ ସଂଗୀତ କେତୋଟି ଅଶ୍ଵିନୀ ମହାପାତ୍ରଙ୍କ ସଂଗୀତ ପରିଚାଳନାରେ ଭବାନୀ ଚରଣ ମିଶ୍ର , ମନିଷା ପଟ୍ଟନାୟକ , ଡ଼. ମୀରା ପଣ୍ଡା , କୃଷ୍ଣଚନ୍ଦ୍ର ପଣ୍ଡା ଅକ୍ଷୟ ମହାନ୍ତିଙ୍କ ବହୁ ପୁରୁଣା ଓ ନୂଆ ସଂଗୀତ ଗାନ କରିଥିଲେ। ବାଦ୍ୟଯନ୍ତ୍ରରେ କାମା , ଗୋପୀ , ଅମିନ , ରାଜ୍ ଓ ଜିତୁ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ସଭ୍ୟ ଅସିତ୍ ଶତପଥୀ , ସିମାଞ୍ଚଳ ପଣ୍ଡା , ପ୍ରଭାତ ପଟ୍ଟନାୟକ ଓ ଶିଶିର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଅକ୍ଷୟ ସଂଗୀତ ସନ୍ଧ୍ୟା – ୨୦୨୫’ ଅନୁଷ୍ଠିତ ହୋଇଥିଲା । ବହୁ ଦର୍ଶକ ଯୋଗଦେଇ ଅକ୍ଷୟଙ୍କ ଚିରସବୁଜ ସଂଗୀତ ଉପଭୋଗ କରିଥିଲେ ।