ଅଖଣ୍ଡ ଯୌବନ ଲାଗି ପ୍ରତ୍ୟେକ ଦିନ ଘୁଷୁରି ରକ୍ତରେ ସ୍ନାନ କରୁଛନ୍ତି କୈନଲ
ଯୌବନ ମଣିଷକୁ ଈଶ୍”ରଙ୍କର ଏକ ବରଦାନ । ତେବେ ଏହା ଖୁବ୍ କମ୍ ସମୟ ପାଇଁ ଆସେ । କୁହାଯାଏ, ଯୌବନକୁ ବୁଝିବା ଆଗରୁ ଯୌବନ ସରିଯାଏ । ହେଲେ ନିଜର ଯୌବନକୁ ସବୁଦିନ ଲାଗି ଅଖଣ୍ଡ ବା ସ୍ଥାୟୀ କରିବାର ନିଶା ମଣିଷକୁ ବେଳେବେଳେ ଘାରେ । କିଏ ବା ନ ଚାହେଁ ସେ ସବୁବେଳେ ସୁନ୍ଦର ହେଇ ରହିଥାଉ । ଆଉ ସେଥିପାଇଁ ଯେକୌଣସି ବି ଉପାୟ ଅବଲମ୍ବନ କରିବାକୁ ପ୍ରସ୍ତୁତ ହାଇଯାଆନ୍ତି କିଛିଲାକ । ସେମିତି ଗାଟିଏ ଘଟଣାର ଏଠାରେ ଅବତାରଣା କରାଯାଉଛି । କୈନଲ ହେଉଛନ୍ତି ଜଣେ ମଡେଲ । ସେ ଅଭିନୟରେ ମଧ୍ୟ ରୁଚି ରଖନ୍ତି । ତେବେ ସବୁଠୁ ମଜାକଥା ହେଉଛି ସେ ତାଙ୍କର ସୁନ୍ଦର ଦେହକୁ ସବୁଠୁ ବେଶି ଭଲପାଆନ୍ତି । ଆଉ ନିଜର ସୌନ୍ଦର୍ଯ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ପ୍ରତ୍ୟେକ ଦିନ ରକ୍ତସ୍ନାନ କରୁଛନ୍ତି । ତାହା ପୁଣି ଶୂକର ବା ଘୁଷୁରିର ରକ୍ତରେ । ଏହି ଘଟଣାଟି କୈନଲ୍ଙ୍କୁ ରାତାରାତ୍ ପ୍ରସିଦ୍ଧ କରିଦେଇଛି । ତାଙ୍କୁ ନେଇ ଏକ ଟିଭି ଶା’ ମଧ୍ୟ ପ୍ରସ୍ତୁତ କରାଯାଇଛି; ଯେଉଁଥିରେ ସେ ଘୁଷୁରି ରକ୍ତରେ ସ୍ନାନ କରୁଥିବାର ଦୃଶ୍ୟ ମଧ୍ୟ ପ୍ରଦର୍ଶନ କରାଯାଇଛି । କୈନଲ୍ କହନ୍ତି, ପୂର୍ବକାଳରେ ଘୁଷୁରି ରକ୍ତରେ ସ୍ନାନ କରି ପାଟରାଣୀମାନେ ସେମାନଙ୍କର ଯୌବନକୁ ଅକ୍ଷୁଣ୍ଣ ରଖୁଥିଲେ । ହେଲେ ଏହା କେଉଁଠି ଲେଖା ହାଇଛି ତାହାର ପ୍ରମାଣ କୈନଲ୍ ଦେଇନାହାନ୍ତି । କୈନଲ୍ଙ୍କ ଏହି ନିଷ୍ପତ୍ତିକୁ ତାଙ୍କର ଜେଜେମା ଲୁଇସ୍ ମଧ୍ୟ ତୀବ୍ର ବିରାଧ କରିଛନ୍ତି । ହେଲେ କୈନଲ୍ଙ୍କ କାହା କଥାରେ ଧ୍ୟାନ ନାହିଁ । ତାଙ୍କର ଦରକାର ଅତୁଟ ଯୌବନ?


