ଅଖିଳ ଭାରତୀୟ ଜ୍ଞାନ ବିଜ୍ଞାନ ମେଳାକୁ ପ୍ରଭୁଦତ୍ତଙ୍କ ପ୍ରକଳ୍ପ ମନୋନୀତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଟିଲୋ ବଡସାହି ଗ୍ରାମର ନଗେନ୍ଦ୍ର ଦାଶ ଓ ହେମଲତା ଦାଶଙ୍କ ନାତି ତଥା ମନୋରଞ୍ଜନ ଦାଶ ଏବଂ ଝରଣାମୟୀ ଦାଶଙ୍କ ଏକମାତ୍ର ପୁତ୍ର ପ୍ରଭୁଦତ୍ତ ଦାଶ ଭୁବନେଶ୍ୱର ରସୁଲଗଡସ୍ଥିତ ବାଲିଆପଟା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ଶ୍ରେଣୀର ଛାତ୍ର ଅଟନ୍ତି । ତାଙ୍କ ନିର୍ମିତ ‘ଗତି ଉପରେ ଆଧାରିତ ନମୁନା’ ପ୍ରକଳ୍ପ ସର୍ବଭାରତୀୟ ସ୍ତରକୁ ମନୋନୀତ ହୋଇଛି । ଆସନ୍ତା ନଭେମ୍ବର ୩ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ବିଜ୍ଞାନ ମେଳା ପାଇଁ ସେ ପଞ୍ଜାବ ରାଜ୍ୟର ଅମୃତସର ଯିବେ । ତାଙ୍କର ଏହି ସଫଳତା ପାଇଁ ଟିଲୋ ମାଟି ଆଜି ଗର୍ବିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ବିଜ୍ଞାନ ପ୍ରମୁଖ ତଥା ବିଦ୍ୟାଳୟ ପରିଚାଳନା ସମିତି ଏବଂ ସମସ୍ତ ଗୁରୁଜୀ, ଗୁରୁମାଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି । ସେହିପରି ପ୍ରଭୁଦତ୍ତଙ୍କୁ ସ୍ୱଦେଶୀ ଜାଗରଣ ମଞ୍ଚ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ