ମାଟିର ମହକ ନମିତାଙ୍କୁ ସମ୍ବର୍ଦ୍ଧନା

ବନ୍ତ,(ଚାନ୍ଦିନୀ ମହାନ୍ତି) : ଦୃଢ ଇଚ୍ଛା ଶକ୍ତି ହିଁ ସଫଳତାର ମାପକାଠି । ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ମଣିଷ ତାର ଲକ୍ଷ୍ୟ ପଥରେ ଅଗେଇ ଯାଇଥାଏ ଯାହାର ଉଦାହରଣ ଦେଖିବାକୁ ମିଳିଛି ବନ୍ତ ବ୍ଲକ୍ ଚକ୍ରାପାଢୀ ଗ୍ରାମର ଫଟୋଚିତ୍ର ଶିଳ୍ପୀ ନମିତା ବେହେରାଙ୍କ କ୍ଷେତ୍ରରେ । ଆଗରପଡା ପରି ଏ୍ୟୌତିହାସିକ ମାଟିର ଅନ୍ୟତମ ମହକ ସୁଶ୍ରୀ ନମିତାଙ୍କୁ ଦିଆଯାଇଥିବା ସମ୍ବର୍ଦ୍ଧନା ସଭାରେ ଅତିଥି ମାନେ ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ନିକଟରେ ନମିତା ଇଣ୍ଟର ନ୍ୟାସନାଲ୍ ବୁକ୍ ଅଫ୍ ୱାରର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବାରୁ ଆଜି ବି.ଟି ପୁର ପଞ୍ଚାୟତସ୍ଥିତ ସଭାଗୃହରେ ସ୍ୱତନ୍ତ୍ର ଭାବେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବରିଷ୍ଠ ସାମ୍ବାଦିକ ହେମନ୍ତ ସିଂହଙ୍କ ଆବାହକତ୍ୱରେ ସରପଞ୍ଚ ସୁଭଦ୍ରା ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁଶ୍ରୀ ନମିତା ମଧ୍ୟବିତ୍ତପରିବାରରେ ଜନ୍ମଗ୍ରହଣ କରି ଭଦ୍ରକ ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ଶିକ୍ଷା ସମାପ୍ତ ପରେ ସ୍ୱହସ୍ତରେ ଚିତ୍ର ଆଙ୍କି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ପ୍ରମୁଖଙ୍କୁ ପ୍ରଦାନ କରିବା ବାସ୍ତବିକ୍ ଏ ମାଟିକୁ ଗୌରବାନ୍ୱିତ କରିଛି ବୋଲି ସେ କହିଥିଲେ । ଅନ୍ୟତମ ଅତିଥି ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭାପତି କୈଳାସ ଚନ୍ଦ୍ର ଧଳ, ସହସମ୍ପାଦକ ଗୋଲକ ପୃଷ୍ଟି, ଶିକ୍ଷାବିତ୍ ଉପେନ୍ଦ୍ରନାଥ ଶତପଥି, ଲକ୍ଷ୍ମୀଧର ସ୍ୱାଇଁ, ଯୁବ ସମାଜସେବୀ ଅନିରୁଦ୍ଧ ସିଂହ ପ୍ରମୁଖ ନମିତାଙ୍କ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଇଣ୍ଟର ନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବା ସୁଶ୍ରୀ ନମିତାଙ୍କ ମେଡାଲ୍‌, ପ୍ରମାଣପତ୍ର, ଉପକରଣ ପ୍ରଦର୍ଶନ ପୂର୍ବକ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରକାଶ ଥାଉକି, ଚିତ୍ରଶିଳ୍ପୀ ନମିତା ୫ ଶହରୁ ଉର୍ଦ୍ଧ ବିଶିଷ୍ଟ ବ୍ୟକ୍ତିଙ୍କୁ ସ୍ୱହସ୍ତରେ ଚିତ୍ର ଆଙ୍କି ପ୍ରଦାନ କରିବା ପରେ ପ୍ରଥମେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ପରେ ଜାତୀୟ ସ୍ତରରେ ବିଦ୍ୟାରତ୍ନ ପୁରସ୍କାର ଓ ଏବେ ସେ ଇଣ୍ଟର ନ୍ୟାସନାଲ୍ ବୁକ୍ ଅଫ୍ ୱାରର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛନ୍ତି । ଭବିଷ୍ୟତରେ ସେ ଗ୍ରୀନିଜ୍ ବୁକ୍ ଅଫ୍ ରେକର୍ଡ ପାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ