ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ଜିଲ୍ଲାର ନୂତନ କାର୍ଯ୍ୟ କାରିଣୀ ଘୋଷିତ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର) :-ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶାର ପ୍ରାନ୍ତ ଅଭ୍ୟାସ ବର୍ଗ ବଲାଙ୍ଗୀର ଠାରେ ଅନୁଷ୍ଠିତ ହୋଇଯାଇଅଛି । ତେବେ ଏହି ରାଜ୍ୟ ସ୍ତରୀୟ ଅଭ୍ୟାସ ବର୍ଗରେ କଳାହାଣ୍ଡି ଜିଲ୍ଲାର ୩୫ ବିଦ୍ୟାର୍ଥୀ ଯୋଗ ଦେଇ ଥିଲେ । ଏହି ପ୍ରାନ୍ତ ଅଭ୍ୟାସ ବର୍ଗରେ କଳାହାଣ୍ଡି ଜିଲ୍ଲାର ଜିଲ୍ଲା କାର୍ଯ୍ୟକାରିଣୀ ପରିବର୍ତ୍ତନ ହୋଇଛି ।ପ୍ରତ୍ୟୁଷ ସାହୁ ଙ୍କୁ ପୁନର୍ବାର ଜିଲ୍ଲା ପ୍ରମୁଖ ଦାୟିତ୍ୱ ମିଳିଥିବା ବେଳେ ଜୁନାଗଡ ସ୍ଥିତ ନୁଆଗୁଡା ଗ୍ରାମର ଓ ଗୋଲାମୁଣ୍ଡା ମହାବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ର ନେତା ତନ୍ମୟ ବିଶି ଙ୍କୁ ଜିଲ୍ଲା ସଂଯୋଜକ ଭାବେ ଦାୟିତ୍ଵ ମିଳିଛି । ଅପର ପକ୍ଷରେ କଳାହାଣ୍ଡି ଜିଲ୍ଲାର ନୃପମଣି ବାହୁକ ଙ୍କୁ ବିଭାଗ ସଂଯୋଜକ, ନିତିନ ନାଗଙ୍କୁ ବିଭାଗ ସେବା ପ୍ରମୁଖ, ଆକାଶ ଗହିରଙ୍କୁ ଷ୍ଟୁଡେଣ୍ଟ୍ ଫର ଡେଭଲପମେଣ୍ଟ ପ୍ରମୁଖ ଓ ନରସିଂହ ସୁନାନି ଙ୍କୁ ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ଦାୟିତ୍ୱ ମିଳିଛି । ଆଗାମୀ ଦିନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କଳାହାଣ୍ଡି ତରଫରୁ ୩୦୦୦ ବୃକ୍ଷ ରୋପଣ ସହିତ ପ୍ରତ୍ୟେକ ବ୍ଲକରେ ଏବିଭିପି ର କାର୍ଯ୍ୟ ପହଞ୍ଚାଇବା ସହିତ ବିଦ୍ୟାର୍ଥୀ ମାନଙ୍କୁ ରାଷ୍ଟ୍ର ପୁନଃ ନିର୍ମାଣ ରେ ଯୋଡିବା ପାଇଁ ନୂତନ ଜିଲ୍ଲା ସଂଯୋଜକ ସୂଚନା ଦେଇଛନ୍ତି ।