ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଇଁଠାପତ୍ର ଉଠାଇବା ଘଟଣା: ଏସଏମସି ଅଧ୍ୟକ୍ଷଙ୍କୁ ଧମକ ଅଭିଯୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଞ୍ଚାୟତର ସାହସପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଅଇଁଠା ପତ୍ର ଉଠାଯିବା ଘଟଣା, ମଧ୍ୟାହ୍ନ ଭୋଜନରେ ଅବ୍ୟବସ୍ଥା ଓ ବିଦ୍ୟାଳୟ ପରିସର ଅପରିଛନ୍ନତାକୁ ନେଇ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ରମେଶ କୁମାର ସେଠୀ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିବାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ କଂସାର ଗ୍ରାମର ଅନ୍ୟ ୩ଜଣ ଶ୍ରୀ ସେଠୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରିଥିବା ନେଇ ଏସପିଙ୍କ ନିକଟରେ ଅଭିଯୋଗ ହୋଇଛି। ବିଦ୍ୟାଳୟ ନିକଟରେ ପଡିଥିବା ସଂକୁଡିପତ୍ର, ଅଳିଆ, ଆବର୍ଜ୍ଜନା ଓ ବର୍ଜ୍ୟବସ୍ତୁ ଗୁଡିକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଲଗାଇ ସଫାକରିବା ଘଟଣାକୁ ନେଇ ଛାତ୍ରାଭିଭାବକମାନେ ଏସଏମସି ସଭାପତିଙ୍କୁ ଗାଳିଗୁଲଜ କରିଥିଲେ। ତେଣୁ ଏସଏମସି ସଭାପତି ଶ୍ରୀ ସେଠୀ ଏସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିବାରେ ତାଙ୍କୁ ଗାଳିଗୁଲଜ ଓ ଜାତିଆଣ ଆକ୍ଷେପ କରାଯିବା ସହ ଧମକଚମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯିବା ସହ ବିଦ୍ୟାଳୟକୁ ଆସୁଥିବା ସରକାରୀ ଅନୁଦାନକୁ ବାଟମାରଣା କରାଯାଉଥିବା ନେଇ ସଭାପତି ଶ୍ରୀ ସେଠୀ ଅଭିଯୋଗ କରିଛନ୍ତି। ଏହା ଉପଡରେ ତୁରନ୍ତ ଆବଶୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବାକୁ ଶ୍ରୀ ସେଠୀ ଏସପିଙ୍କ ନିକଟରେ ଦାବି କରିଛନ୍ତି। ଏହି ଅଭିଯୋଗର ନକଲ କେନ୍ଦ୍ରାପଡା ସଦର ଥାନାରେ ଦିଆଯାଇଥିବା ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ