ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୪ତମ ପ୍ରତିଷ୍ଠା ଦିବସ ପାଳିତ 

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) :-ବିଶ୍ଵର ସର୍ବ ବୃହତ୍ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୪ ତମ ସ୍ଥାପନା ଦିବସ ତଥା ‘ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ’ ଅବସରରେ କନ୍ଧମାଳ ଜିଲ୍ଲା ଶାଖା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ପାଳନ କରାଯାଇଛି । ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଜିଲ୍ଲା କାର୍ଯ୍ୟବାହ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହିଥିଲେ । କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ପତାକା ଉତ୍ତୋଳନ କରିବା ସହିତ ଏବିଭିପିର ୭୫ ବର୍ଷର ଇତିହାସ ଉପରେ ଆଲୋଚନା କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ରୁଦ୍ରପ୍ରସାଦ ସେଠି, ଜିଲ୍ଲା ସହ- ସଂଯୋଜିକା ରାଜନନ୍ଦିନୀ ସାହାଣୀ, ଜିଲ୍ଲା ଜନଜାତି ଛାତ୍ରୀ ପ୍ରମୁଖ ପଦ୍ମାବତୀ କହଁର, ଅମିତ ବେହେରା, ରଜତ ବେହେରା ଏବଂ ଜିଲ୍ଲାର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ