ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କର୍ମକର୍ତ୍ତା ଚୟନ
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଅନୁଗୋଳ ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲାର ଛାତ୍ରୀନେତ୍ରୀ ସୁଶ୍ରୀ ସଞ୍ଜନା କହଁରଙ୍କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ସହ-ସମ୍ପାଦିକା ଭାବେ ନୂତନ ଦାଇତ୍ୱ ଦିଆଯାଇଛି । କନ୍ଧମାଳର ଆଉ ଜଣେ ଛାତ୍ରୀନେତ୍ରୀ ତଅପୋଇ କହଁରଙ୍କୁ ରାଜ୍ୟ ଜନଜାତି କାର୍ଯ୍ୟ ସହ ପ୍ରମୁଖ ଦାୟିତ୍ୱ ମିଳିଥିବା ବେଳେ ଜିଲ୍ଲାର ଛାତ୍ର ନେତା ଶୁଭମ ସାହୁ ଓ ଜିତେନ୍ଦ୍ର କହଁରଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାୟିତ୍ୱ ମିଳିଛି । କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କୁ ପୁନଃ ସଦସ୍ୟ ଭାବେ ଦାୟିତ୍ୱ ଦିଆଯାଇଛି । ଏହି ରାଜ୍ୟ ଅଧିବେଶନରେ କନ୍ଧମାଳ ଜିଲ୍ଲାର ୧୮ ଟି ମହାବିଦ୍ୟାଳୟରୁ ୩୫ ଜଣ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ନୂତନ ଦାଇତ୍ୱ ପାଇଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କନ୍ଧମାଳ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର କନ୍ଧମାଳ ଜିଲ୍ଲାର ସମସ୍ତ ଶୁଭେଛୁ ଓ କାର୍ଯ୍ୟକର୍ତ୍ତା ଶୁଭେଚ୍ଛା ପ୍ରଦାନ କରିଛନ୍ତି ।