ବାଲିପଦର ୟୁପି ସ୍କୁଲରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ

ବୁଗୁଡା, (ଅନୀଲ କୁମାର ମହାରଣା): ଓଡିଶା ସରକାରଙ୍କ ବିଦ୍ଯାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ “ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ” ଏପ୍ରିଲ ୦୪ ତାରିଖ ଦିନ ବାଲିପଦର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ଯାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶର୍ମିଳା ରାଣୀ ଦାସଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ବିଦ୍ଯାଳୟର ପୂର୍ବତନ ଶିକ୍ଷକ ଦ୍ବିତୀକୃଷ୍ଣ ବିଶ୍ଵାଳ ଓ ପ୍ରକାଶ ଚନ୍ଦ୍ର ରଥ ଏବଂ ଶିକ୍ଷୟିତ୍ରୀ ତପସ୍ଵିନୀ ଦାସ ଓ ତେଜସ୍ୱିନୀ ଦାସ ଯୋଗଦେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବୃନ୍ଦଙ୍କୁ ଗଳ୍ପ ଓ ଉପଶେଷ ମାଧ୍ୟମରେ ଶିକ୍ଷାର ମହତ୍ତ୍ୱ ବିଷୟରେ ଆଲୋକପାତ କରିଥିଲେ । ଏଥିସହ ବିଦ୍ଯାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ଉଚ୍ଚ ପଦ ପଦବୀରେ ଥିବା ପ୍ରକାଶ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବିକ୍ରମ କୁମାର ବେହେରା, ରାଜେନ୍ଦ୍ର ପାତ୍ର, ସୁଦାମ ବେହେରା , ପ୍ରଶାନ୍ତ କୁମାର ସାହୁ, କାଳିଆ ପାଣିଗ୍ରାହୀ, କନକି ପ୍ରଧାନ, ସୁଚିସ୍ମିତା ସିଂ, ବନସ୍ମିତା ସାହୁ, ଏଲିନା ସିଂ, ଏସଏମସି ସଭାପତି ସଞ୍ଜୟ କୁମାର ବିଷୋୟୀ ଓ ସଭ୍ୟ/ସଭ୍ୟା ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ । ଶିକ୍ଷକ ବିକ୍ରମ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ