ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଅଗଷ୍ଟ୯ କ୍ରାନ୍ତୀ ଦିବସ ଅବସରରେ କୃଷି ବଞ୍ଚାଅ, କୃଷକ – ବଞ୍ଚାଅ, ଦେଶ ବଞ୍ଚାଅ ଡାକରାରେ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ନରେନ୍ଦ୍ର ମୋଦି ସରକାର ଗାଦି ସିନ ହେଲା ପରେ ନିଯୁକ୍ତି ପରିବର୍ତ୍ତେ ଛଟେଇ, ଦରଦାମ ଆକାଶ ଛୁଆଁ, ଲାଭଦାୟକ ଶିଳ୍ପର ଘରୋଇକରଣ କରିବାରେ ବ୍ୟସ୍ତ ରହିଛି । ଏଦେଶ ଅନେକ ଲଢେଇ ଓ ସଂଗ୍ରାମ ଫଳରେ ସ୍ୱାଧୀନ ହୋଇଥିଲା । ଏହାର ସମ୍ବିଧାନକୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ । ଏଣୁ ଏଭଳି ଘଡିସନ୍ଧି ସମୟରେ ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ତୁରନ୍ତ ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ, ଟିକସ ଦେଉନଥିବା ପରିବାରକୁ ମାସିକ ୭ହଜାର ୫ଶହ ଟଙ୍କା ୬ମାସ ପର୍ଯ୍ୟନ୍ତ ପ୍ରଦାନ କରାଯିବା, ୩ଟି କୃଷି ବିଲକୁ ପ୍ରତ୍ୟାହାର କରାଯିବା, ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଯଥା ଚିନି, ଡାଲି, ଖାଇବା ତେଲ, ଗ୍ୟାସ, ଡିଜେଲ ଓ ପେଟ୍ରୋଲର ଦର ହ୍ରାସ କରାଯିବା, କେନ୍ଦ୍ରାପଡାକୁ ଯାତ୍ରୀବାହୀ ରେଳ ଚାଲୁ କରାଯିବା, ଭାରିଗଦା ଠାରୁ ଖରସ୍ରୋତା ନଦୀରୁ ପିଇବା ପାଣି ଆଳରେ କମ୍ପାନୀକୁ ଜଳ ଦେବା ବନ୍ଦ କରାଯିବା, ତୁରନ୍ତ ଚାଷୀକୁ କେନାଲରେ ପାଣି ଦେଇ ଉଠାଜଳସେଚନ ପ୍ରକଳ୍ପକୁ ମରାମତି କରାଯିବା, ସାରର ଅଭାବ ଦୁର କରି ଚାଷୀକୁ ପର୍ଯ୍ୟାପ୍ତ ସାର ଯୋଗାଇଦେବା, ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡାରେ ଏକ ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା, ଚାଷୀ ଉତ୍ପନ୍ନ କରୁଥିବା ମୁଗ, ବିରି, ଧାନ, ମାଣ୍ଡିଆ, କୋଳଥ, ଆଳୁ, ବାଇଗଣ ପ୍ରଭୃତିର ସର୍ବନିମ୍ନ ଲାଭଦାୟକ ମୂଲ୍ୟ ଦିଆଯିବା, ଶ୍ୟାମଗୁଡିଆ ଠାରେ ନିର୍ମାଣାଧିନ ଡାକ୍ତରଖାନାର କାର୍ଯ୍ୟ ତୁରନ୍ତ ସଂପୂର୍ଣ୍ଣ କରାଯାଇ ଲୋକଙ୍କ ସେବାରେ ଲଗାଯିବା, ଭାଗଚାଷୀଙ୍କୁ ଚାଷୀର ମାନ୍ୟତା ପ୍ରଦାନ, କେନ୍ଦ୍ରାପଡାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା, କେନ୍ଦ୍ର୍ରାପଡା ଲୋକଙ୍କୁ ତାପଜ ବିଦ୍ୟୁତ ଶିଳ୍ପ, ଆଖଡାଶାଳୀରେ ନଦୀ ଭିତ୍ତିକ ବନ୍ଦର, ନୂତନ ଷ୍ଟିଲ ପ୍ଲାଣ୍ଟ ଭଳି ମିଥ୍ୟା ପ୍ରତିଶୃତି ଦିଆନଯାଇ ପ୍ରକୃତରେ ଏକ କାରାଖାନା ପ୍ରତିଷ୍ଠା କରାଯିବା ନିମନ୍ତେ ଦାବି କରାଯାଇଛି । ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ଆବାହକ ପଦ୍ମଲାଭ ଦାସ, ରମଣୀରଞ୍ଜନ ରାଉତରାୟ, ସତ୍ୟନାରାୟଣ ଜେନା, ସୁରେଶ ସାହୁ, ବିକାଶ ଚନ୍ଦ୍ର ବେହେରା, ତ୍ରିଲୋଚନ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ