ଶ୍ରୀରାମନବମୀରେ ସମୀର ଟିଭିଏସ ପକ୍ଷରୁ ଦହିପାଣି ବଣ୍ଟନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପବିତ୍ର ଶ୍ରୀରାମନବମୀ ଉପଲକ୍ଷେ କେନ୍ଦ୍ରାପଡା ସହର ଉପକଣ୍ଠ ଦୁହୁରିଆସ୍ଥିତ ସମୀର ଟିଭିଏସ ପକ୍ଷରୁ ଲୋକମାନଙ୍କୁ ଦହିପାଣି ବଣ୍ଟନ କରାଯାଇଛି। ସମୀର ଟିଭିଏସ ସମ୍ମୁଖ ରାସ୍ତାକଡରେ ଏକ ମେଗା ଜଳଛତ୍ର ଖୋଲାଯାଇଛି। ସେହି ଜଳଛତ୍ରରେ ରାସ୍ତାରେ ଯାଉଥିବା ବାଟୋଇଙ୍କ ସମେତ ବସ, ଟ୍ରକ, ଅଟୋ, ପିକଅପ୍ ଭ୍ୟାନ ଭଳି ବିଭିନ୍ନ ଗାଡିରେ ଯାଉଥିବା ଲୋକମାନଙ୍କୁ ଦହିପାଣି ଓ ଥଣ୍ଡା ପାଣି ବଣ୍ଟନ କରାଯାଉଛି। ପ୍ରବଳ ଖରାରେ ଲୋକମାନେ ଅସ୍ତବ୍ୟସ୍ତ ହୋଇ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କ ଶୋଷ ମେଣ୍ଟାଇବା ପାଇଁ ସମୀର ଟିଭିଏସ ପକ୍ଷରୁ ଏଭଳି ଏକ ସମାଜସେବା ମୂଳକ କାର୍ଯ୍ୟ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ସମୀର ଟିଭିଏସ ପରିବାରର ସମସ୍ତ ସଦସ୍ୟ ମିଳିମିଶି ସୁଚାରୁ ରୂପେ କରୁଛନ୍ତି। ଏଭଳି ସମାଜସେବାମୂଳକ କାର୍ଯ୍ୟକ୍ରମ ଆଗାମି ଦିନରେ ପ୍ରତ୍ୟେକ ଦିନ କରାଯିବ ବୋଲି ସମୀର ଟିଭିଏସର ନିର୍ଦ୍ଦେଶକ ସମୀର କୁମାର ଚାନ୍ଦ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ