ଅଖିଳ ଭାରତ କୃଷକ ସଭା ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଲଘୁଚାପ ଜନିତ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଦାବୀ ନେଇ ଅଖିଳ ଭାରତ କୃଷକ ସଭା ଗଂଜାମ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା ସଂପାଦକ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଚାଷୀ ଓ ଭାଗଚାଷୀ ମାନେ ସୋମବାର ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୬ଦଫା ସମ୍ବଳିତ ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଜିଲ୍ଲାରେ କ୍ଷୟକ୍ଷତି ହୋଇଥିବା ଫସଲର ତୁରନ୍ତ ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ, କ୍ଷତିପୂରଣ ଚାଷୀଙ୍କୁ ସମୟ ଉପ ଯୋଗୀ କରାଯାଇ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜଳସେଚିତ ଜମି ପାଇଁ ଏକର ପିଛା ୩୦ହଜାର ଟଙ୍କା ଏବଂ ଅଣ ଜଲସେଚିତ ଜମି ପାଇଁ ୨୦ ହଜାର ଟଙ୍କା ଏବଂ ପରିବା ଚାଷ କରିଥିବା ଚାଷୀଙ୍କୁ ୫୦ହଜାର ଟଙ୍କା ପ୍ରଦାନ, ପ୍ରତି ଗ୍ରାମକୁ ୟୁନିଟ୍ ଭାବେ ଗ୍ରହଣ କରାଯାଇ କ୍ଷୟକ୍ଷତି ଆକଳନ ସହ କ୍ଷତିପୁରଣ ପ୍ରଦାନ, ଧାନ କୁଇଣ୍ଟାଲ ପିଛା ସହାୟତା ମୂଲ୍ୟ (ଏମଏସପି) ୩ହଜାର ଟଙ୍କା କରିବା, କ୍ଷତିଗ୍ରସ୍ତ ଚାଷୀଙ୍କ ଠାରୁ ଧାନ ସିଧାସଳଖ ସରକାରୀ ମଣ୍ଡି କିଣିବା ସଂଗେ ସଂଗେ ଏଫଏକ୍ୟୁ ମାନର ଅନ୍ତର୍ଭୁକ୍ତ ନକରି ଗ୍ରେଡ ୱାଡର ର ସରକାରୀ ମୂଲ୍ୟ ଦିଆଯାଉ, କ୍ଷତିଗ୍ରସ୍ତ ଚାଷୀଙ୍କ କୃଷି ଋଣ ଛାଡ କରିବା ସହ ବୀମା ଭୂକ୍ତ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କ ବୀମା ରାଶି ପ୍ରଦାନ କରିବା, ଆଗାମୀ ରବି ଫସଲ ନିମନ୍ତେ ମାଗଣାରେ ଚାଷୀଙ୍କୁ ବୀହନ, ସାର ଓ କୀଟନାଶକ ଔଷଧ ପ୍ରଦାନ କରିବା, ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରି ୬୦ବର୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ପେନସନ ପ୍ରଦାନ କରିବା ନିମନ୍ତେ ଉକ୍ତ ଦାବୀ ପତ୍ର ମାଧ୍ୟମରେ ସେମାନେ ଦାବି କରିଛନ୍ତିି । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ପୂର୍ବତନ ବିଧାୟକ ଏନ.ନାରାୟଣ ରେଡ୍ଡୀ, ସିପିଆଇ ଜିଲ୍ଲା ସହ-ସଂପାଦକ ନୀଳକଣ୍ଠ ଦାଶ, ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି, ସରସ୍ୱତୀ ପ୍ରଧାନ, ଦଣ୍ଡପାଣି ନାହାକ, ରାଜେନ୍ଦ୍ର ନାହାକ, ପ୍ରଫୁଲ କୁମାର ପାଣିଗ୍ରାହୀ, ଛତ୍ରପୁର ଜୋନାଲ ସଂପାଦକ ଏସ.କ୍ରିଷ୍ଣା ରେଡ୍ଡୀ, ଚମାଖଣ୍ଡି ଜୋନାଲ ସଂପାଦକ ସିଏଚ. ଜନାର୍ଦ୍ଦନ ରେଡ୍ଡୀ, ଗଂଜାମ ଜୋନାଲ ସହ-ସଂପାଦକ ପୂର୍ଣ୍ଣ ରଥ, ଆଇନଜିବୀ ଡି.ଆଦିନାରାୟଣ ରେଡ୍ଡୀ, ପୂର୍ଣ୍ଣ ଚନ୍ଦ୍ରଗୈାଡ,ସିଏଚ. ସତ୍ୟନାରୟାଣ ରେଡ୍ଡୀ, କବିରାଜ ନାହାକ, ସନିଆ ନାହାକ, ସାମ୍ବାରିଆ ପ୍ରଧାନ, ନବିନ ଗୈାଡ, ନରସିଂହ ପଣ୍ଡାଙ୍କ ସମେତ ବହୁ ଚାଷୀ ଓ ଭାଗଚାଷୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ