କରାତଳି ଗ୍ରାମରେ ମାଗଣା ପଶୁ ସ୍ୱାସ୍ଥ୍ୟ ଶିବିର
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ରୋଟାରୀ କ୍ଲବ ପକ୍ଷରୁ ଛତ୍ରପୁର ବ୍ଲକର ବିପୁଳିଙ୍ଗି ପଂଚାୟତର କରାତଳି ଗ୍ରାମରେ ଏକ ଦୁଇ ଦିନିଆ ପଶୁ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ପୂର୍ବତନ ସଭାପତି ନିରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ଆୟୋଜିତ ଏହି କାଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ପଶୁ ଚିକିତ୍ସାଧିକାରୀ ଡା. ଦେବାନନ୍ଦ ପାତ୍ର, ଅବସରପ୍ରାପ୍ତ ପଶୁଧନ ନିର୍ଦ୍ଦେଶକ ଡା. ପ୍ରମୋଦ ପଟ୍ଟନାୟକଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ହୋଇ ୫ ଶହରୁ ଅଧିକ ଗୋମହିଷାଦି ପଶୁଧନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ସେବା ଓ ଔଷଧ ପ୍ରଦାନ କରିଥିଲେ । ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ୍. ରେଖା ମହାନ୍ତି, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ . ଧନଞ୍ଜୟ ରେଡ୍ଡି, ପ୍ରଫୁଲ୍ଲ ପଟ୍ଟନାୟକ, ସମ୍ପାଦିକା ସ୍ୱାଗତିକା ସାମନ୍ତରାୟ, କୋଷାଧ୍ୟକ୍ଷ ସୁରଜିତ ସାମନ୍ତରାୟ, ସ୍ଥାନୀୟ ସରପଂଚ ଟି. ନରସିଂହ ରେଡ୍ଡି, ଜି. ରଘୁନାଥ ରେଡ୍ଡି ପ୍ରମୁଖ ସହେଯାଗ କରିଥିଲେ ।


