ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କୃଷି ଓ କୃଷକର ବିକାଶ ପାଇଁ ଲଗାତର ଭାବେ ସଂଗ୍ରାମ ଜାରି ରହିଥିବା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀଙ୍କ ଆୟକୁ ଦୁଇ ଗୁଣିତ କରିବା ପରିବତ୍ତର୍ତ୍ତେ ଖାଲି ଭାଷଣ ବାଜିରେ ଚାଲିଥିବା କମିଟି ଅଭିଯୋଗ କରିଛି । ଚାଷୀ ଉତ୍ପାଦନ କରିଥିବା ଧାନକୁ ମଣ୍ଡିରେ ବିକ୍ରୀ କରିବାର ସୁଯୋଗ ପାଉନାହିଁ । ଜଳସେଚନ କଥା ନକହିବା ଭଲ । ତେଣୁ ଅଖିଳ ଭାରତ କୃଷକ ସଭା କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ଭାଗଚାଷୀ ଶଦ୍ଦକୁ ଉଠାଇ ଦେଇ ଜମି ଚାଷ କରୁଥିବା ବ୍ୟକ୍ତିଙ୍କୁ ଚାଷୀର ପରିଚୟ ପ୍ରଦାନ ସହ ଜମି ମାଲିକର ପଟ୍ଟା ବା ହାତଲେଖାକୁ ବାତିଲ କରାଯିବା, ରାଜସ୍ୱ ବିଭାଗ, କୃଷି ବିଭାଗ ଓ ପଞ୍ଚାୟତ ପ୍ରତିନିଧିଙ୍କ ଦ୍ୱାରା ଚାଷୀଙ୍କୁ ଚିହ୍ନଟ କରାଯିବା, ସମସ୍ତ ପଞ୍ଚାୟତରେ ମଣ୍ଡି ଖୋଲାଯିବା ସହ ସବୁ ସମୟରେ ଖୋଲାରହିବା, କଟନୀ ଛଟଣୀକୁ ବନ୍ଦ କରାଯିବା, ଅଖା ଓ ମଣ୍ଡିକୁ ଧାନ ଆଣିବା ଖର୍ଚ୍ଚ ସରକାର ବହନ କରିବା, ମୁଗ ବିହନ ଓ କେନାଲରେ ପାଣି ତୁରନ୍ତ ଯୋଗାଇଦେବା, ଗୋଟିଏ ଭୂମିବ୍ୟାଙ୍କ ଗଠନ କରି ସେଥିରେ ଭୂମିହୀନ ଓ କ୍ଷୁଦ୍ର ଚାଷୀଙ୍କୁ ସାମିଲ କରିବା, ତୁରନ୍ତ ବୃହତ୍ତର ଶୀତଳ ଭଣ୍ଡାର ପ୍ରତିଷ୍ଠା କରାଯିବା, ପରଚେଜ କମିଟିରେ ଚାଷୀଙ୍କୁ ରଖାଯିବା, କୃଷି, ଉଦ୍ୟାନକୃଷି, ଜଳସେଚନ, ବ୍ୟାଙ୍କ, ଚାଷୀମାନଙ୍କୁ ନେଇ ଏକ କମିଟି ଗ୍ରାମ୍ୟ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଗଠନ କରାଯାଇ ଚାଷୀର ବିକାଶ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରାଯିବା, ଷଣ୍ଢ ଓ ମାଙ୍କଡଙ୍କ ଉପଦ୍ରବରୁ ଚାଷୀ ଫସଲକୁ ରକ୍ଷା କରାଯିବା, ଜଳକୁ ସଂରକ୍ଷଣ କରାଯିବା ପାଇଁ ମହାନଦୀ, ବ୍ରାହ୍ମଣୀ, ଖରସ୍ରୋତା ପ୍ରଭୃତି ନଦୀରେ ଆନିକଟ କରାଯାଇ ଜଳ ସଂରକ୍ଷଣ କରାଯିବା, ତୁରନ୍ତ ଚାଷ କାର୍ଯ୍ୟରେ ବ୍ୟବହୃତ ବିଦ୍ୟୁତ ପାଇଁ ସବସିଡ ପ୍ରଦାନ ପ୍ରଭୃତି ନିମନ୍ତେ ଦାବି କରାଯାଇଛି । ଅଖିଳ ଭାରତ କୃଷକ ସଭା ପକ୍ଷରୁ ଜିଲ୍ଲା ଆବାହକ ପଦ୍ମନାଭ ଦାସ, ରାଜ୍ୟ ନେତୃତ୍ୱ ରମଣୀରଞ୍ଜନ ରାଉତରାୟ, ଡେରାବିଶ ବ୍ଲକ ଉପସଭାପତି ଦାମୋଦର ମଲିକ, ସମ୍ପାଦକ କୁବେର ସାହୁ, ଆଦିକନ୍ଦ ରାଉଳ, ବିକାଶ ଚନ୍ଦ୍ର ବେଉରା ପ୍ରମୁଖ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ