ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ତରଫରୁ ବ୍ଲକ ସ୍ତରୀୟ ସାଧାରଣ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ନୁଆଁଗଡ ବ୍ଲକ ଅନ୍ତର୍ଗତ ତାବରଡା ଗ୍ରାମରେ ଆଜି ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ତରଫରୁ ବ୍ଲକ ସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ, ଚଳିତ ବର୍ଷ ନଭେମ୍ବର୍ ୧୪ ଏବଂ ୧୫ ତାରିଖ ଏହି ଦୁଇ ଦିନ ଧରି ସର୍ବ ଭାରତୀୟ ସମ୍ମିଳନୀ କଲିକତାର ହୁଗୁଳି ନିକଟ ଚନ୍ଦନନଗର ଠାରେ ଅନୁଷ୍ଠିତ ହେବ ଏଥିପାଇଁ ଗାଁ ଗାଁ ରେ କ୍ଷେତ ମଜଦୁର ମାନକଂ ୫୦୦୦ ସଭ୍ୟ ସଂଗ୍ରହ କରିବା ଏବଂ ବ୍ଲକ ଓ ଜିଲ୍ଲା ସ୍ତରରେ ସମ୍ମିଳନୀ କରିବା ପାଇଁ ଆହ୍ବାନ ଦିଆ ଯାଇଥିଲା । ଏଥି ସହ ନୂଆଗଡ ବ୍ଲକ ପାଇଁ ୧୦ ଗୋଟି ଦାବିକୁ ନେଇ ଆଲୋଚନା କରଯାଇଥିଲା । ଏହି ସଭାରେ ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭାର ତ୍ରିପତି ଗମାଙ୍ଗ ଙ୍କ ସହ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।