ପାର୍ତ୍ତଡା ଆଦିବାସୀ ଛାତ୍ରାବାସ ସମସ୍ୟା ଘେରରେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ର ପାର୍ତ୍ତଡା ପଞ୍ଚାୟତରେ ଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଆଦିବାସୀ ଛାତ୍ରାବାସଟି ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ଜିଲ୍ଲା ସଦର ମହକୁମା ଠାରୁ ୧୦ କିମି ଦୂରରେ ପାର୍ତ୍ତଡ଼ା  ପଞ୍ଚାୟତ ରହିଛି । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ଏହି ଛାତ୍ରାବାସ ରେ ପିଇବା ପାଣି,ବିଦ୍ୟୁତ୍, ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଅବିଭାବକ ମାନେ ଅଭିଯୋଗ କରିଛନ୍ତି । ଏଭଳିକି ଅନ୍ତେବାସୀ ମାନେ ପାଣି ସମସ୍ୟା ଯୋଗୁଁ ସ୍ଥାନୀୟ ନାଳରେ ସ୍ନାନ ଶୌଚ କରୁଥିବାର ଜଣାପଡିଛି । ଏଭଳିକି ସାବୁନ ମଧ୍ୟ ଦିଆଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି । ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଅବିଭାବକ ମାନେ ଦାବି କରିଛନ୍ତି।ପ୍ରକାଶ ଥାଉ କି ଏହି ପଞ୍ଚାୟତ ଆଦିବାସୀ ବହୁଳ ପଞ୍ଚାୟତ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ